ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 202695 views

ଅନୁଗୋଳ: ତାଳଚେର ଫର୍ଟିଲାଇଜର କାରଖାନାର ଶ୍ରମିକମାନଙ୍କ ପାଇଁ ଏକ ଖୁସିର ଖବର। ଡାଇରେକ୍ଟରେଟ୍ ଅଫ୍ ଲେବର, ଓଡ଼ିଶା ପକ୍ଷରୁ ଟ୍ରେଡ୍ ୟୁନିଅନ ଆକ୍ଟ, ୧୯୨୬ ଅନୁଯାୟୀ "ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ" ସଫଳତାର ସହ ପଞ୍ଜୀକୃତ ହୋଇଛି।
ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନେ ଠିକାଦାର ଓ କାରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା, ମଜୁରୀ ପ୍ରଦାନରେ ବିଳମ୍ବ, ଶ୍ରମିକ ଅଧିକାର ଓ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ।
ନବଗଠିତ ୟୁନିଅନ ପଞ୍ଜୀକରଣ ପରେ ଶ୍ରମିକଙ୍କ ସମସ୍ୟାର ସମାଧାନ, ସେମାନଙ୍କ ନ୍ୟାୟସଙ୍ଗତ ଅଧିକାର ସୁରକ୍ଷା ଏବଂ ମଜୁରୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସଂଗଠିତ ଭାବେ କାର୍ଯ୍ୟ କରିବ ବୋଲି ୟୁନିଅନର କର୍ମକର୍ତ୍ତାମାନେ କହିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ୟୁନିଅନ ନିଷ୍ଠାର ସହ କାର୍ଯ୍ୟ କରି ଶ୍ରମିକମାନଙ୍କ ସହଯୋଗରେ ସେମାନଙ୍କ ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ସଦା ତତ୍ପର ରହିବ।
