--:--:--
-- ---
Srishti News

ଧାମନଗର ଏନଏସିର ଜୟନଗରରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ; ମରାମତି ଦାବି କଲେ ସ୍ଥାନୀୟ ବାସିନ୍ଦା

Bhadrak (ଭଦ୍ରକ)ଧାମନଗର, ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗରJune 29, 2026142 views
ଧାମନଗର ଏନଏସିର ଜୟନଗରରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ; ମରାମତି ଦାବି କଲେ ସ୍ଥାନୀୟ ବାସିନ୍ଦା
ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଗୁରୁତର ରୂପ ନେଇଛି। ଅଞ୍ଚଳରେ ଲାଗିଥିବା ଅନେକ ଷ୍ଟ୍ରିଟ୍ ଲାଇଟ୍‌ ମଧ୍ୟରୁ ପ୍ରାୟ ଅଧା ଅଚଳ ହୋଇ ପଡ଼ିଥିବାରୁ ସନ୍ଧ୍ୟା ପରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ରାତି ସମୟରେ ଯାତାୟାତ ଓ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ଧାମନଗର ଏନଏସି କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଅଚଳ ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକର ମରାମତି କରି ଆଲୋକ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି କରିଛନ୍ତି। ତେବେ, ଏହି ଅଭିଯୋଗ ନେଇ ଧାମନଗର ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟମାନେ ଶୀଘ୍ର ପଦକ୍ଷେପ ନେବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।