ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍ସିପ୍–୨୦୨୬ ଉଦ୍ଘାଟିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 202677 views

ଅନୁଗୋଳ: ମୁନିସିପାଲିଟି ଟାଉନ୍ ହଲ୍ଠାରେ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଡେଭେଲପମେଣ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ୧୨ତମ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍ସିପ୍–୨୦୨୬ ରବିବାର ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଉପସ୍ଥିତ ଖେଳାଳିମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରାଯିବା ସହ ଆୟୋଜକମାନଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଥିଲା। ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଶ୍ରୀ ମନୋଜ ପ୍ରଧାନ, ଉପସଭାପତି ଶ୍ରୀ ପ୍ରତାପ ମାଝୀ, ସମ୍ପାଦକ ଶ୍ରୀ ପ୍ରଦୀପ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ତପନ ଦାସଙ୍କ ସମେତ ଆସୋସିଏସନର କର୍ମକର୍ତ୍ତା, ପ୍ରଶିକ୍ଷକ, ପ୍ରତିଯୋଗୀ ଓ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।
