--:--:--
-- ---
Srishti News

କାବୁଲିପାଳରେ ୧୧.୦୪ କୋଟି ଟଙ୍କାର ଦୁଇଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 202678 views
କାବୁଲିପାଳରେ ୧୧.୦୪ କୋଟି ଟଙ୍କାର ଦୁଇଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ
ଅନୁଗୋଳ: କୁମୁରିସିଂହା ଗ୍ରାମ ପଞ୍ଚାୟତର କାବୁଲିପାଳ ଠାରେ ମୋଟ ୧୧.୦୪ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୭.୨୦ କୋଟି ଟଙ୍କା ବ୍ୟୟରେ କୁମୁରିସିଂହା–ଚମ୍ପତିମୁଣ୍ଡା ଭାୟା କାବୁଲିପାଳ–ବଲ୍ଳଭପୁର ସଡ଼କ ଏବଂ ୩.୮୪ କୋଟି ଟଙ୍କା ବ୍ୟୟରେ ରାମବେରଣୀ–ପାତେଳୀ ଭାୟା ଗଡତଇଳା ସଡ଼କର ଶିଳାନ୍ୟାସ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ଅନୁଗୋଳ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଭୟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଦଳର ବହୁ ନେତୃବୃନ୍ଦ, ସ୍ଥାନୀୟ ଜନପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ଦୁଇଟି ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିବା ସହ ଗ୍ରାମାଞ୍ଚଳର ବିକାଶକୁ ଅଧିକ ଗତି ମିଳିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।