ପ୍ରେମିକର ଅଭାବନୀୟ କାଣ୍ଡ, ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳିଦେଲା
Sundargarh (ସୁନ୍ଦରଗଡ଼)ରିପୋର୍ଟ: ମୁକେଶ ମାହାତୋ ଓ ଗଣପତି ଦାସ, ବିଶ୍ରାJune 28, 202666 views

ବିଶ୍ରା- ଏକ ତରଫା ପ୍ରେମରେ ବିଫଳ ହେବାରୁ ନାରକୀୟ କାଣ୍ଡ ଭିଆଇ ଛି ପ୍ରେମିକା. ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଜନେ ଯୁବତୀ ଘରେ ଏକୁଟିଆ ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଜଳାଇ ଦେଇଥିଲା ଅଭିଯୁକ୍ତ. ପେଟ୍ରୋଲ ଢାଳି ଦେବା ଫଳରେ ଘରର ଆସବାବ ପତ୍ର ସହ ଜଳି ଯାଇଥିଲେ ଯୁବତୀ. ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଆର ଜି ଏଚ୍ ଓ ପରେ 200 କିଲୋମିଟର ଦୂର ସମ୍ବଲପୁର ବୁର୍ଲା ନିଆଯାଇଥିଲା. ସେଠାରେ ବେଡ୍ ନ ମିଳିବାରୁ ଆମ୍ବୁଲାନ୍ସ ରେ ଚଟପଟ ହୋଇ ପୁଣି ରାଉରକେଲା ଅଣାଯାଇ ଜେପି ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି. ଏହି ଘଟଣା କୁ ତଦନ୍ତ କରି ବିଶ୍ରା ଥାନା ପୋଲିସ ରଜତ କିରୋ କୁ ଗିରଫ୍ କରି ତଦନ୍ତ ଆରମ୍ଭ କରିଛି.
