ମା ରମ୍ଭାଦେବୀଙ୍କ ଯାତ୍ରା
Deogarh (ଦେଓଗଡ଼)ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ଦେଓଗଡJune 28, 202628 views

ଦେଓଗଡ: ଆଜିର ଯାତ୍ରାରେ ପ୍ରାୟ ଦଶ ହଜାର ଲୋକ ଏଇ ପ୍ରକୃତି ମା'ର ପୂଜାରେ ସାମିଲ ହେଇଥିଲେ।
ଦେବଗଡ ସହରରୁ ମାତ୍ର 7 କିଲୋମିଟର ଦୂର ବାସୁଦେବପୁର ଶାସନ ଗାଁର ଅନତି ଦୂରରେ ପାହାଡ ର ଏକ ଗୁମ୍ଫାରେ ମା ରମ୍ଭାଦେବୀଙ୍କ ଆସ୍ଥାନ। ତଳେ ଏକ ଝରଣା। ଶାଳୁଆ ବଣ। କିମ୍ୱଦନ୍ତୀ କୁହେ ମା ଅଭିମାନ କରି ଗୁମ୍ଫାର ଦ୍ବାର ବନ୍ଦ କରି ଭିତରେ ଅଛନ୍ତି ।ସେ କୁଆଡେ ଭକ୍ତ ଡାକିଲେ "ଓ" କରୁଥିଲେ, ତାଙ୍କର ସୁନାରୂପା ତା ଭକ୍ତଙ୍କ କାମରେ ନେବାକୁ ଅନୁମତି ଦେଇଥିଲେ ଲୋକେ ବାହାଘରେ ସେ ସୁନାରୂପା ନେଇ ବ୍ୟବହାର କରି ଫେରାଇ ଦେଉଥିଲେ। ହେଲେ କେହିଜଣେ ନ ଫେରେଇବାରୁ ମା ରାଗିଯାଇ ଏ ସ୍ବାର୍ଥପର ମଣିଷଙ୍କ ଠାରୁ ଦୂରେଇ ଗଲେ। କେବଳ ଏଇ ଗୋଟିଏ ଦିନ ସେଇ ଗୁମ୍ଫାର ଦ୍ବାର ରେ ପୂଜା ହୁଏ। ଏ ଜଙ୍ଗଲ ମା ରମ୍ଭାଦେବୀଙ୍କ ନାମରେ ନାମିତ।
ଅନେକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ବାରା ଆଜି ଅନ୍ନପ୍ରସାଦ, ସରବତ, ପାନୀୟଜଳ ବଣ୍ଟନ ହେଉଥିଲା। ଭଳିକିଭଳି କଣ୍ଢେଇ, ପେଁକାଳି, ଖଜା,ମିଠା, ଚାଟ, ଆଇସକ୍ରିମ, ଥଣ୍ଡା ପାନୀୟର ଦୋକାନ। ତା ସହ ନଡିଆ, ଦୀପ,ଧୂପ ଦୋକାନ। ଦିନ 11 ଟାରୁ ଭିଡ ଆରମ୍ଭ ହେଇଗଲାଯେ ସଂନ୍ଧ୍ଯା ହେବାଯାଏ।
ଦେବଗଡ, ସୁଗୁଡା, ଖିଲେଇ, ଫୁଲଝରି ଅଞ୍ଚଳର ଅନେକ ଭକ୍ତ ଆଜି ମା ଙ୍କ ପାଖରେ କୃପା ଲାଭ କରିଥିଲେ
