--:--:--
-- ---
Srishti News

ସୋଲଡ଼ାର ସୁରୁଙ୍ଗୀ ଗୁରୁକୁଳ ଆଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 2026107 views
ସୋଲଡ଼ାର ସୁରୁଙ୍ଗୀ ଗୁରୁକୁଳ ଆଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମ ପଞ୍ଚାୟତର ସୋଲଡ଼ା ଗ୍ରାମ ସ୍ଥିତ 'ସୁରୁଙ୍ଗୀ ଗୁରୁକୁଳ ଆଶ୍ରମ' ପରିଦର୍ଶନ କରିଛନ୍ତି ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ। ପରିଦର୍ଶନ ସମୟରେ ସେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମା' ସୁରୁଙ୍ଗୀଙ୍କ ପୀଠ ନିକଟରେ ନିର୍ମାଣାଧୀନ ଭବ୍ୟ ତୋରଣର କାର୍ଯ୍ୟ ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ ଭାବେ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ ସେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଆମର ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ସୋଲଡ଼ା ଗ୍ରାମବାସୀଙ୍କ ଏହି ନିଷ୍ଠାପର ପ୍ରୟାସ ଓ ଶ୍ରଦ୍ଧା ଅତ୍ୟନ୍ତ ପ୍ରଶଂସନୀୟ। ସେ ମା' ସୁରୁଙ୍ଗୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହ ମା'ଙ୍କ ଅପାର କୃପା ସଦାସର୍ବଦା ସମସ୍ତଙ୍କ ଉପରେ ବଜାୟ ରହୁ ବୋଲି ପ୍ରାର୍ଥନା କରିଥିଲେ।