ସଡ଼କ ଦୃଘଟଣାରେ ଚାଲିଗଲା ଯୁବକର ଜୀବନ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 27, 2026253 views

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ରାଧାବଲ୍ଲଭପୁର ପଞ୍ଚାୟତ ଅନ୍ତର୍ଗତ ନୂଆପୋଖରୀ ଗ୍ରାମର ଯୁବକ ବଳରାମ ରାଉତ(ବଳିଆ)ଙ୍କର ଗତକାଲି ପାଣିକୋଇଲି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି।ସୂଚନା ଅନୁସାରେ ନୂଆପୋଖରୀ ଗ୍ରାମର ସମସ୍ତଙ୍କର ପ୍ରିୟ ତଥା ପରୋପକାରୀ ମଣିଷ ମଧୁସୂଦନ ରାଉତଙ୍କର ଏକମାତ୍ର ପୁତ୍ର ଥିଲେ ବଳରାମ।ବହୁ ଦୁଃଖ କଷ୍ଟରେ କାମ କରି ପରିବାରର ଏକମାତ୍ର ପୁଅକୁ ରୋଜଗାରକ୍ଷମ କରିଥିଲେ ମଧୁ ଏବଂ ପୁଅ ମଧ୍ୟ ନିଜର କଠିନ ପରିଶ୍ରମରେ ସମଗ୍ର ପରିବାରର ଦାୟିତ୍ୱ ବହନ କରୁଥିଲେ। ହଠାତ୍ ତାଙ୍କର ଅକାଳ ବିୟୋଗ କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ନୂଆପୋଖରୀ ଗ୍ରାମ ସହିତ ଆଖପାଖ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।ଆଜି ଗାଁ ଦାଣ୍ଡ କାନ୍ଦ-ବୋବାଳିରେ ଫାଟି ପଡ଼ୁଛି। ପରିବାରର ଏକମାତ୍ର ଆଶା ଓ ଭରସାକୁ ହରାଇ ମଧୁସୂଦନ ରାଉତ ଓ ତାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି।ଆମେ ଦିବଙ୍ଗତ ବଳରାମ ରାଉତଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶୋକସନ୍ତପ୍ତ ପରିବାରକୁ ଭଗବାନ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ଓଁ ଶାନ୍ତି। 🙏
