ପବିତ୍ର ମୋହନ ମେଡିକାଲ ପରିସରରେ ବେଆଇନ ବାଲି ଗଚ୍ଛିତ ଅଭିଯୋଗ, ତଦନ୍ତ ଦାବି
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 27, 202643 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ମେଡିକାଲ ପରିସର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ବାଲି ଗଚ୍ଛିତ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ, କୋଟି କୋଟି ଟଙ୍କା ମୂଲ୍ୟର ବାଲି ଏଠାରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି।
ପ୍ରଶ୍ନ ଉଠୁଛି, ଏତେ ବିପୁଳ ପରିମାଣର ବାଲି କିପରି ଏହି ସ୍ଥାନକୁ ଆସିଲା? ଏହା କି ବୈଧ ଅନୁମତି ଓ ରୟାଲଟି ପ୍ରଦାନ କରାଯାଇ ମହଜୁଦ ରଖାଯାଇଛି, ନା ବେଆଇନ ଭାବେ ଗଚ୍ଛିତ କରାଯାଇଛି? ଏତେ ବଡ଼ ପରିମାଣର ବାଲି ମହଜୁଦ ଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଓ ତହସିଲ ପକ୍ଷରୁ କୌଣସି ପଦକ୍ଷେପ କାହିଁକି ନିଆଯାଇନି ବୋଲି ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି।
ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଅଣାଯିବା ସହିତ, ଯଦି କୌଣସି ବେଆଇନ କାରବାର କିମ୍ବା ଅନିୟମିତତା ହୋଇଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
