କଳାହାଣ୍ଡି : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ଼ ଠାରୁ ମଲପଡ଼ା ରାସ୍ତା ଷ୍ଟ୍ରିଟ୍ ଲାଇଟ୍ ଠିକା ରେ ଦୁର୍ନୀତି ର ଆଶଙ୍କା
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡJune 27, 2026106 views

ଜୁନାଗଡ - ସରକାର ଯୋଜନା ଅନେକ କିନ୍ତୁ ବିଭାଗୀୟ ମଧୁ ଚନ୍ଦ୍ରିକା ଯୋଗୁଁ ସରକାରୀ ଯୋଜନା ବାଟ ବଣା ହେବ ନଜର କୁ ଆସିଛି। ଜୁନାଗଡ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଜନସାଧାରଙ୍କ ରାତ୍ର ରେ ଗମନା ଗମନ ସୁବିଧା ତଥା ସହରର ଆଲୋକମୟ କରିବା ପାଇଁ ପ୍ରାୟ ତିନି ବର୍ଷ ତଳେ ୩୦୦ ରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରାଯାଇଥିଲା। ସେହି ସମୟରେ ମଧ୍ୟ ନିମ୍ନ ମାନର ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ସେହି ଯୋଜନାରେ ଜୁନାଗଡ଼ ଠାରୁ ମାଳପଡା ରାସ୍ତାରେ ପ୍ରାୟ ୭୦ ରୁ ଅଧିକ ଖୁଣ୍ଟ ସହ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିଲା କିନ୍ତୁ ୧୨/୧୫ ଷ୍ଟ୍ରିଟ୍ ଲାଇଟ୍ ହିଁ ମାତ୍ର କାର୍ଯ୍ୟକ୍ଷମ ଅଛି ।
ଖୁଣ୍ଟ ଅଛି କିନ୍ତୁ ଷ୍ଟ୍ରିଟ୍ ଲାଇଟ୍ ନାହିଁ । ପ୍ରଶ୍ନ ଉଠୁଛି ନିମ୍ନ ମାନର ଷ୍ଟ୍ରିଟ୍ ଲାଇଟ୍ ଯୋଗାଇଥିବା ଠିକା ସଂସ୍ଥା
ନା ବିଭାଗୀୟ ଅଧିକାରୀ ଦାୟୀ।
ଶିଘ୍ର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରିବା ସହ
ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ଙ୍କ ଦାବି ହେଉଛି।
