ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ପାଳିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJune 27, 2026103 views

ଖୋର୍ଦ୍ଧା ତା 26.06.2026 ରିଖ:ଯୁବଶକ୍ତି ରାଷ୍ଟ୍ରର ପ୍ରଚଣ୍ଡ ଶକ୍ତି l ଯୁବ ଶକ୍ତି ସଚେତନ ହେଲେ ସମାଜ ଓ ରାଷ୍ଟ୍ରର ଦୃତ ବିକାଶ ହେବ l ନିଶାମୁକ୍ତ ଭାରତ ଅଭିଯାନ ଏବଂ ବିକଶିତ ଭାରତ ର ସ୍ୱାଭିମାନ ସମ୍ଭବ ହେବ l ନିଶା ମୁକ୍ତ ଜୀବନ ଚୟନ କରିବା, ପରିବାରକୁ ସୁରକ୍ଷିତ ରଖିବା, ସୁସ୍ଥ ମନ, ସୁସ୍ଥ ଶରୀର , ସୁନ୍ଦର ଭବିଷ୍ୟତ ଗଢି ତୋଳିବା,ସମାଜକୁ ନିଶାମୁକ୍ତ କରିବା ଆଦି ଦିଗରେ ଯୁବ ଶକ୍ତି ଆଗକୁ ବଢ଼ିଲେ ଏକ ସୁନ୍ଦର ବିକଶିତ ପରିବର୍ତ୍ତନଶୀଳ ଆମ ଖୋର୍ଦ୍ଧା ଜିଲ୍ଲା, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାକୁ ଯୁବଶକ୍ତି ଓ ପ୍ରତ୍ୟେକ ନାଗରିକ ନିଜ ନିଜ ଭିତରେ ଜାଗରଣ ସୃଷ୍ଟି କରି ନିଯେ ବଦଳିବା ସହ ସମସ୍ତଙ୍କୁ ବଦଳାଇବାକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ହାବେଳୀ ପଡିଆଠାରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସବୁଜ ପତାକା ଦେଖାଇ ଏକ ବିଶାଳ ଜନସଚେତନତା ରାଲିକୁ ଏବଂ ନିଶାମୁକ୍ତି ସଚେତନତା ରଥକୁ ଶୁଭାରମ୍ଭ କରି ଉପରୋକ୍ତ ବିଷୟ ଆହ୍ଵାନ ଦେଇଛନ୍ତି l ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ,ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା,ଶ୍ରୀ ଦିଲ୍ଲୀପ ହିଆଲ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଖୋର୍ଦ୍ଧା , ସଦର ବି ଡି ଓ, ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ,ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ l ବିଭିନ୍ନ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଏବଂ ଯୁବକ,ଯୁବତୀ, ମହିଳା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ବହୁସଂଖ୍ୟାରେ ଯୋଗ ଦେଇଥିଲେ l ଏହି ବିଶାଳ ରାଲି ହାବେଳୀ ପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା l ସେଠାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସର୍ବାଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ଯୋଗ ଦେବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରି ସମାଜରେ ସବୁ ସ୍ତରର ଲୋକ ଓଡ଼ିଶାକୁ ତଥା ଖୋର୍ଦ୍ଧା ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ଆହ୍ଵାନ ଦେଇ ଦେଶକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ l ପରେ ବିଭିନ୍ନ ନିଶାମୁକ୍ତି ଅଭିଯାନରେ ଉଲ୍ଲେଖନୀୟ ସେବାପାଇଁ ସଫଳ ବ୍ୟକ୍ତିତ୍ଵଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ପରିଶେଷରେ ନିଶାମୁକ୍ତ ଉଜ୍ୱଳମୟ ଭବିଷ୍ୟତ ଗଠନ ଉପଲକ୍ଷେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ଏହି ଦିବସରେ ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା , ଖୋର୍ଦ୍ଧା ଓ ଭୁବନେଶ୍ବର ଶାଖା ସହ ଅନେକ ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ଯୋଗଦେଇଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
