ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା: ୫୦ ସ୍ଥାନରେ ଚଢ଼ାଉ, ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ
Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକJune 27, 202640 views

ଯାଜପୁର: 'ଆମ ଗାଁ, ଆମ ବିକାଶ' ଯୋଜନା ଅଧୀନରେ ୨୦୨୧-୨୩ ମସିହାରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟରେ ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ମାମଲାରେ ତିନିଜଣ ଠିକାଦାର—ଗିରିଜା ଶଙ୍କର ଦାସ, ଧରଣୀଧର ସାହୁ ଓ ବିଭୂତି ରଞ୍ଜନ ବିଶ୍ୱାଳଙ୍କୁ ଭିଜିଲାନ୍ସ ଗିରଫ କରିଛି।
ତଦନ୍ତର ଅଂଶ ଭାବେ ଆଜି ଯାଜପୁର, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୫୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସି ଚଳାଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତତା ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଧିକ ସୂଚନା ଆସିବାକୁ ବାକି ରହିଛି।
