--:--:--
-- ---
Srishti News

ବିକାଶର ଧାରା ଓଡିଶା ସାରା : ଦୁଇ ବର୍ଷ ପୂର୍ତ୍ତି ଅବସରରେ ହାତୀବାରି ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କ ସମ୍ମିଳନୀ

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ହାତିବାରୀ, ନୂଆଗାଁJune 26, 202691 views
ବିକାଶର ଧାରା ଓଡିଶା ସାରା : ଦୁଇ ବର୍ଷ ପୂର୍ତ୍ତି ଅବସରରେ ହାତୀବାରି ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କ ସମ୍ମିଳନୀ
ହାତୀବାରି (ନୂଆଗାଁ) ୨୫/୬, ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ହାତୀବାରି ଗ୍ରାମପଞ୍ଚାୟତରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ନେଇ ଏକ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ଭାରତ - ଜୀ ରାମ ଜୀ ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀମାନଙ୍କୁ ନେଇ ସମ୍ମିଳନୀରେ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡିକୁ ଉପସ୍ଥାପନ କରାଯାଇଥିଲା। ବିକଶିତ ଭାରତ - ଜୀ ରାମ ଜୀ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ମଧ୍ଯରେ ୧୨୫ ଦିନ ନିଶ୍ଚିତ ଶ୍ରମଭିତ୍ତିକ ନିଯୁକ୍ତି, ନିଯୁକ୍ତି ଦେଇ ନପାରିଲେ ବେରୋଜଗାରୀ ପାଇଁ ଦୃଢ ପଦକ୍ଷେପ, ଠିକ୍ ସମୟରେ ମଜୁରୀ ପ୍ରଦାନ, ଗ୍ରାମସଭା ଦ୍ଵାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା, ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାରେ ସମସ୍ତ ଯୋଜନାର ସମନ୍ବୟ ରହିବ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସମସ୍ତ ଯୋଜନାର ସମନ୍ବୟ ରହିଛି ବୋଲି ହିତାଧିକାରୀମାନଙ୍କୁ ବୁଝାଇ ଦିଆଯାଇଥିଲା। ସେହିପରି ସୁଭଦ୍ରା ଶକ୍ତି ସମାବେଶ ମାଧ୍ୟମରେ ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବା। ମୁଖ୍ଯମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ବଦଳରେ ୨୦୨୬ ଅପ୍ରେଲରୁ ୧୦ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଏହି ସମାବେଶରେ ହିତାଧିକାରୀଙ୍କୁ ଅବଗତ କରାଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଏହି ୧୦ କିଲୋଗ୍ରାମ ଚାଉଳ ମିଳୁଛି ବୋଲି ଅଧିକାରୀମାନେ ହିତାଧିକାରୀମାନଙ୍କୁ ଏହି ସମାବେଶରେ ସୂଚନା ଦେଇଥିଲେ। ଏହି ଗ୍ରାମ ପଞ୍ଚାୟତ ସ୍ତରୀୟ ସମାବେଶରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଏବିଡ଼ିଓ ସୋମେନ୍ଦ୍ର ସୋରା, ହାତୀବାରି ନାଏବ ସରପଞ୍ଚ ବୁଦ୍ଧୁ କିସପଟ୍ଟା, ଏମ୍ ବି କେ ପ୍ରତିମା ସାହୁ, ବ୍ଯାଙ୍କ ମିତ୍ର ଦୀପ୍ତିମୟୀ ନାୟକ, ହାତୀବାରି ସରପଞ୍ଚ ଆଶ୍ରିତା ଏକ୍କା, ନୂଆଗାଁ ବ୍ଲକ୍ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସୁରେଶ ସାହୁ, ସମାଜସେବୀ ଗଣପତି ଦାଶ, ସମାଜସେବୀ ସୁନ୍ଦରୁ ବଡାଇକ, ସହକାରୀ କୃଷି ଅଧିକାରୀ ଲିସା ଲିସମୟୀ ହାଁସଦା, ପ୍ରମିଳା ଏକ୍କା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ମୁଖ୍ଯମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ରାସନ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଙ୍ଗ ନୱାଡି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀ,ଏମ୍. ବି କେ ଗୋଷ୍ଠୀର ସମସ୍ତ କର୍ମ କର୍ତ୍ତା ଓ ସମସ୍ତ ପଞ୍ଚାୟତ ର କର୍ମ କର୍ତ୍ତା ଉପସ୍ଥିତ ଥିଲେ.ଏହି ସମାବେଶରେ ମଞ୍ଚ ପରିଚାଳନା କରିଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜିତ ବିଶ୍ଵାଳ। ଶେଷରେ ହାତୀବାରୀ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ.