କଳାହାଣ୍ଡି: ଜୁନାଗଡ ସହର ଠାରୁ କୁରୁଗୁଡ଼ା ରାସ୍ତା ଶୀଘ୍ର ନିର୍ମାଣ ପାଇଁ ଦାବୀ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡJune 24, 202627 views

କଲାହାଣ୍ଡି :ଜୁନାଗଡ଼ ସହର ଠାରୁ କୁରୁଗୁଡ଼ା ରାସ୍ତା ସଂକୀର୍ଣ୍ଣ ଥିବାରୁ ଆନେକ ସମୟରେ ଦୁର୍ଘଟଣା ହେଉଅଛି ।ଉକ୍ତ ରାସ୍ତା ସଦାବେଳେ ଜନଗହଳି ପୂର୍ଣ୍ଣ ତଥା ଭାରିଯାନ ଚଳାଚଳ ଅତିମାତ୍ରାରେ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ବ ସମ୍ପୂର୍ଣ୍ଣ ଖରାପ ହୋଇଗଲାଣି । ଏହା ଜୁନାଗଡ ସହରର ଏକ ମୁଖ୍ୟ ରାସ୍ତା , ଏହି ରାସ୍ତା ଦେଇ ରାଜ୍ୟ ଓ କେନ୍ଦ୍ର ଙ୍କ ଗୋଦାମ ଗୃହ , ଜୁନାଗଡ ରୋଡ ରେଲୱେ ଷ୍ଟେସନ ,ବାଳିକା ଉଚ୍ଚ ବିଦ୍ୟାଳୟ,ତହସିଲ ଅଫିସ, ପ୍ରିୟଦର୍ଶିନୀ ଇନ୍ଦିରା ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ, ଚକ୍ଷୁ ଚିକିତ୍ସାଳୟ , କୃଷି ବିଭାଗ କାର୍ଯ୍ୟାଳୟ ,ଶିଳ୍ପ ତାଲିମ କେନ୍ଦ୍ର ପରି ଅନେକ ସରକାରୀ ଅନୁଷ୍ଠାନ ଅଛି।ଶହଶହ ଛାତ୍ର ଛାତ୍ରୀ ଓ ଦଶ ରୁ ପନ୍ଦର ପଞ୍ଚାୟତ ର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର ହେତୁ ଟ୍ରାଫିକ ସମସ୍ୟା ହେବା ସଙ୍ଗେ ଦୁର୍ଘଟଣା ଆଶଙ୍କା ବଢ଼ିଯାଇଛି । ଏହି ସମସ୍ୟା ବିଷୟରେ ସମାଜ ସେବୀ ଦେବରାଜ ବାଣୁଆ ,ମାନ୍ୟବର ମୁଖ୍ୟମନ୍ତ୍ରୀ ,ଓଡ଼ିଶା ସରକାରଙ୍କ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ଓ ରାଜ୍ୟ ସରକାର ତରଫରୁ ଶ୍ରୀ ବାଣୁଆ ଙ୍କୁ ଦେଇଥିବା ସୂଚନା ମୁତାବକ ଏହି ରାସ୍ତା କୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ଓ ଟେଣ୍ଡର ପ୍ରକ୍ରିୟା ପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ତାଙ୍କର ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ଅନେକ ଥର ଟ୍ରଫିକ ସମସ୍ୟା ପାଇଁ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ,ମିଲର୍ସ ସଂଘ,ଡ୍ରାଇଭର ସଂଘ, ରହିତ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ରାସ୍ତା କାର୍ଯ୍ୟ ବିଳମ୍ବ ହେବାରୁ ଶୀଘ୍ର ଜଣ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଣୁ ଶୀଘ୍ର ସରକାରୀ ପ୍ରକିୟା ସମାପ୍ତ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଦାବୀ ହେଉଛି।
