ଶ୍ରୀରାମପୁରରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା, ଭକ୍ତିମୟ ପରିବେଶରେ ଧାର୍ମିକ ମହୋତ୍ସବ
Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଭଦ୍ରକ, ସ୍ରିଷ୍ଟି ନ୍ୟୁଜJune 24, 202616 views

ଭଦ୍ରକ, ୨୪/୦୬/୨୦୨୬: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ ଭବ୍ୟ ଧାର୍ମିକ ମହୋତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଶତାଧିକ ଭକ୍ତଙ୍କ ସମାଗମ ହେବା ସହ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
ମନ୍ଦିର ପ୍ରତିଷ୍ଠାକୁ ନେଇ ଗ୍ରାମରେ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ମହିଳା ମୁଣ୍ଡରେ ପବିତ୍ର କଳସ ଧାରଣ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କପାଳି ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ବାଦ୍ୟବାଜନା, ସଂକୀର୍ତ୍ତନ ଓ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା।
“ଜୟ ମା' ମଙ୍ଗଳା” ଓ “ହରିବୋଲ” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆଧ୍ୟାତ୍ମିକ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ବିଭିନ୍ନ ପୂଜାର୍ଚ୍ଚନା ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଏହି ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ଗ୍ରାମର ବୟୋଜ୍ୟେଷ୍ଠ ନାଗରିକ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା' ମଙ୍ଗଳାଙ୍କ ଆଶୀର୍ବାଦ ଲାଭ କରିଥିଲେ।
ବିଶେଷ ଭାବେ ଉଲ୍ଲେଖଯୋଗ୍ୟ ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଗ୍ରାମର ଆଲୋକ ସ୍ୱାଇଁଙ୍କ ବୋହୂ ନିଜସ୍ୱ ଅର୍ଥ ବ୍ୟୟ କରି ଅକ୍ଳାନ୍ତ ପରିଶ୍ରମ କରିଥିଲେ। ତାଙ୍କର ଏହି ମହତ୍ ପ୍ରୟାସ ପାଇଁ ଗ୍ରାମବାସୀମାନେ ଭୁରିଭୁରି ପ୍ରଶଂସା କରିଛନ୍ତି।
ମା' ମଙ୍ଗଳାଙ୍କ କୃପାରେ ଗ୍ରାମରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ ବୋଲି ପ୍ରାର୍ଥନା କରି ସମସ୍ତେ ଏହି ପବିତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆନନ୍ଦ ଓ ଶ୍ରଦ୍ଧାର ସହ ପାଳନ କରିଥିଲେ।
