--:--:--
-- ---
Srishti News

ବିକାଶର ଧାରା ଓଡ଼ିଶା ସାରା: ଜଗନ୍ନାଥପ୍ରସାଦ ବ୍ଲକରେ ଦୁଇ ବର୍ଷର ସଫଳତା ପାଳନ

Ganjam (ଗଞ୍ଜାମ)ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦJune 24, 202662 views
ବିକାଶର ଧାରା ଓଡ଼ିଶା ସାରା: ଜଗନ୍ନାଥପ୍ରସାଦ ବ୍ଲକରେ ଦୁଇ ବର୍ଷର ସଫଳତା ପାଳନ
ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦ ଜଗନ୍ନାଥପ୍ରସାଦ: କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ବିଧାୟକ ଶ୍ରୀ ନାୟକ କହିଥିଲେ ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ଜଗନ୍ନାଥପ୍ରସାଦ ବ୍ଲକରେ ରାସ୍ତା, ସେତୁ, ମନ୍ଦିର ଉନ୍ନୟନ, ମିନି ଷ୍ଟାଡିୟମ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ମିଶନ ଶକ୍ତି, ରାସନ କାର୍ଡ, ଭତ୍ତା ଓ ଶ୍ରମିକ କାର୍ଡ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି। କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ଭତ୍ତା, ରାସନ କାର୍ଡ, ଅନ୍ତ୍ୟୋଦୟ ପଟ୍ଟା ଓ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଏହା ସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲା। ମିଶନ ଶକ୍ତି ମହିଳା ଗୋଷ୍ଠୀମାନଙ୍କ ସ୍ୱାବଲମ୍ବନ ଓ ଆର୍ଥିକ ସଶକ୍ତିକରଣ ପାଇଁ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଚେକ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ନୀଳାଞ୍ଚଳ ଖିଲାର, ବିଡିଓ, ସିଡିପିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ, କନ୍ଧମାଳ ସାଂସଦଙ୍କ ଏନଏସି ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ତାପସ ପ୍ରଧାନ, ଲେବର ଅଫିସର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି, ଭାରତୀୟ ଜନତା ପାର୍ଟି ର ବିଭିନ୍ନ ମଣ୍ଡଳର ସଭାପତି, ଉପସଭାପତି ସୂର୍ଯ୍ୟ ନାୟକ ଏବଂ ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ସରକାରଙ୍କ ଜନକଲ୍ୟାଣ ଓ ବିକାଶମୂଳକ ଯୋଜନାକୁ ଆହୁରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।