ମହରମ ପର୍ବକୁ ଆଖି ଆଗରେ ରଖି ଶାନ୍ତି କମିଟିର ବୈଠକ ଅନୁଷ୍ଠିତ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗରJune 23, 202635 views

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର
ଭଦ୍ରକ , ୨୪ ଜୁନ : ଆସନ୍ତା ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଗୃହରେ ଶାନ୍ତି କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୪, ୨୫ ଓ ୨୬ ତାରିଖରେ ତିନି ଦିନ ଧରି ଆୟୋଜିତ ଏହି ବୈଠକରେ ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ଧାମନଗର ଥାନାର ଆଇଆଇସି ଶୁଭ୍ରଜିତ ଦାସ, ଏସଡିପିଓ ବିଷ୍ଣୁଚରଣ ବାରିକ, ତହସିଲଦାର, ଅତିରିକ୍ତ ଏସପି ଅଂଶୁମାନ ଦିବେଦୀ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ତୁନିବାଳା ବିଶ୍ୱାଳଙ୍କ ସମେତ ଶାନ୍ତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଉପସ୍ଥିତ ଅଧିକାରୀ ଓ ସଦସ୍ୟମାନେ ପରସ୍ପର ସହଯୋଗ ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖି ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ବୈଠକରେ ଶୋଭାଯାତ୍ରାର ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଉପରେ ବିଶେଷ ଗୁରୁତ୍ୱ
