ପରିତ୍ୟକ୍ତ ଆର୍ଟ କଲେଜ୍ ବାମ୍ଫି
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟJune 23, 202692 views

ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ
ଖଲ୍ଲିକୋଟ-ଗଞ୍ଜାମ: ଖଲ୍ଲିକୋଟ ରାଜପ୍ରାସାଦ ଯାହାକି ସେଠାରେ ଚାଲିଛି ଚାରୁ ଓ କାରୁକଳା ମହାବିଦ୍ୟାଳୟ
ଉକ୍ତ ମହାବିଦ୍ୟାଳୟ ୧୯୫୭ ସାଲରୁ ଅବଧି ଚାଲିଛି।
ଖବର ନେବାରୁ ଜଣାପଡିଛି ଯେ, ଜମିଦାରୀ ଉଚ୍ଛେଦ ହେଵା ପରେ ପରେ , ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ
ତା ୨୧-୧୧- ୧୯୫୬ ମସିହାରେ ସରକାରଙ୍କୁ ବିକ୍ରୀ କରିଥିଲେ। ସେତେବେଳେ ଗଞ୍ଜାମ ଜିଲ୍ଲା ପାଳ ଏଚ୍ କେ ଘୋଷ ଥିଲେ । ଯେଉଁ ରାଜପ୍ରାସାଦ କି ୧୭ଏକର ଜମି ପରିମିତ ହେବ, କିନ୍ତୁ ହିସାବରେ ଜଣାଯାଏ ଯେ ଉକ୍ତ
ଅନୁଷ୍ଠାନ ସବୁ ୫ଏକର ସୀମିତ ଅଛି ,ବାକି ଜାଗା କାହା ଅଧିନରେ ଅଛି ? । ଏସଂକ୍ରାନ୍ତରେ ଖଲ୍ଲିକୋଟ ରୁ ଶିବରାମ ଜେନା ଅନ୍ୟାନ୍ୟ ନିୟୁଜ୍ ରେ ଖବର ପ୍ରଚାର କରିଛନ୍ତି।
କିନ୍ତୁ ସରକାର କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିବା ବେଳେ , ଏଠାକାର କେତେକ ସ୍ବାର୍ଥନେୱସୀ ବ୍ୟକ୍ତି ବିଶେଷ ମାନେ ସରକାରଙ୍କ ଜମିକୁ
ନିଜ ନାଁ ରେ ପଟ୍ଟା କରିଛନ୍ତି , ଏବେ ଜବରଦଖଲ କାରୀ ଘର ନିର୍ମିତ କରୁଛନ୍ତି । ଏ ଅବସରରେ ଡ଼ିଆଇ ଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ସ୍ଥାନୀୟ ଖଲିକୋଟ ତହସିଲ ଦାର ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋରରେ ଧରିଛି। ଅପରପକ୍ଷରେ ଦେଖିବାକୁ ମିଳିଛି ପରିତ୍ୟକ୍ତ ଭଗ୍ନ ଅବସ୍ଥା ରେ ପଡି ରହିଛି
ରାଜାଘର କୀର୍ତ୍ତି ବାମ୍ଫି । ଯାହାକି ଓଡ଼ିଶାର ଇତିହାସ ରେ ଦେଖିବାକୁ ବିରଳ। ଉକ୍ତ ବାମ୍ଫି ଟି କଟା ପଥର ରେ ନିର୍ମିତ ହେଇଥିବାର ଦେଖାଯାଏ । ବାମ୍ଫି ଟି ଏମିତି ଢାଞ୍ଚାରେ ନିର୍ମିତ ହୋଇଛି ଉପର ପାଖରେ ଜଳସ୍ତର କୁ ଦେଖିପାରିବେ ଓ ତଳ ପଟେ ସୁଡୁଙ୍ଗ ଦେଇ ଜଳସ୍ତର କୁ ଛୁଇଁ ଜଳ ଆଣିପାରିବେ। ରାଜା ଘର ବାମ୍ଫି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଦର୍ଶକ ମାନେ ଆସିଥାନ୍ତି। ଆଜି ସ୍ଥାନୀୟ ବାସିନ୍ଦା, ତଥା ଭଡାଟିଆ ମାନେ ଅଳିଆ ଆବର୍ଜ୍ଜନାରେ ପୋତି ଦେଲେନି। କିନ୍ତୁ ପାଖରେ ଦୁଇ ଦୁଇଟା ଅନୁଷ୍ଠାନ ଥାଇ ମଧ୍ୟ କୋୖଣସି ପଦକ୍ଷେପ ନେଉନଥିବା ଜଣାପଡିଛି। କିମ୍ବା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା କୁହାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଲ୍ଲିକୋଟ ର ଉନ୍ନତି ପାଇଁ
ଶାସକ କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାଯାଏ।
