ଗଜାନନ ଏବେ ଗ୍ରାମାଞ୍ଚଳରେ, ଲୋକଙ୍କ ମଧ୍ୟରେ ଆତଙ୍କ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 23, 202663 views

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟସ୍ଥ ସେଣ୍ଟ୍ରାଲ ୱର୍କଶପ୍ ଅଞ୍ଚଳରେ ଏକ ବଣୁଆ ହାତୀ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ଧ୍ୱଂସ ଓ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେବା ଯୋଗୁଁ ହାତୀମାନେ ଖାଦ୍ୟ ଓ ପାଣିର ସନ୍ଧାନରେ ଗ୍ରାମ ଏବଂ ସହର ମୁହାଁ ହେଉଥିବା ଦେଖାଯାଉଛି।
ହାତୀଟି ଅଞ୍ଚଳରେ ବୁଲୁଥିବା ଖବର ପାଇ ସ୍ଥାନୀୟ ଲୋକେ ସତର୍କ ରହିବା ସହ ବନ ବିଭାଗକୁ ସୂଚନା ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଉଥିବା ବେଳେ, ଲୋକଙ୍କୁ ହାତୀ ନିକଟକୁ ନ ଯିବା ଓ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି। ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ବଢୁଥିବା ସଂଘର୍ଷ ଏବେ ଚିନ୍ତାର ବିଷୟ ପାଲଟିଛି।
