ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 23, 202646 views

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଲେକ୍ଟର କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ NCORD (Narco Coordination Centre) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଅବକାରୀ ଅଧୀକ୍ଷକ, ଡ୍ରଗ୍ସ ଇନ୍ସପେକ୍ଟର, ବନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।
ବୈଠକରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ କରିବା, ଅବୈଧ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚାଷର ନିରାକରଣ, ଜନସଚେତନତା କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତ ବିଭାଗର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଅନୁଗୋଳ ଜିଲ୍ଲା ପୋଲିସ ‘ଡ୍ରଗ୍ସ ମୁକ୍ତ ଅନୁଗୋଳ’ ଏବଂ ‘ଡ୍ରଗ୍ସ ମୁକ୍ତ ଓଡ଼ିଶା’ ଲକ୍ଷ୍ୟ ସାକାର ପାଇଁ ଦୃଢ଼ ପ୍ରତିବଦ୍ଧ ରହିଥିବା ବେଳେ, ନିଶା କାରବାର ବିରୋଧରେ ଆଗାମୀ ଦିନରେ ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
