ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍ଆଇଆର ଦେଲା ଆଦିବାସୀ ସଂଘ.
Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼June 23, 2026101 views

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼
ବଲାଙ୍ଗିର, : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସିନ୍ଧେକେଲା ଥାନାରେ ଲିଖିତ ଏଫ.ଆଇ.ଆର ଦାଖଲ କରାଯାଇଛି। ସଂଘର ଉପ ସଭାପତି ଶ୍ରୀ ଥବିର ପୁଝାରୀ ଦାଖଲ କରିଥିବା ଏହି ଅଭିଯୋଗରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ କୁ ଘୃଣ୍ୟ,ଅପମାନଜନକ ଓ ଲଜ୍ଜିତ ଜାତିଗତ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ୪ ଜୁନ ୨୦୨୬ ତାରିଖରେ ଏକ ଟେଲିଭିଜନ ସାକ୍ଷାତ୍କାର ସମୟରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମ୍ପ୍ରଦାୟକୁ ନେଇ ଅତି ଲଜ୍ଜିତ ଅପମାନସୂଚକ ଶବ୍ଦ "ଆଦିବାସୀ ଦୂଷିତ"ପ୍ରୟୋଗ କରିଥିଲେ। ଏହି ମନ୍ତବ୍ୟ ଆଦିବାସୀ ସମାଜର ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ଗରିମା ପ୍ରତି ଗୁରୁତର ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ବକ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମ୍ପ୍ରଦାୟର ଭାବନା ଆହତ ହୋଇଥିବା ସହ ସମାଜ ର ଲୋକଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି ବୋଲି ସଂଘ ଉଲ୍ଲେଖ କରିଛି l
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜନପ୍ରତିନିଧି ଭାବେ ଜଣେ ବିଧାୟକଙ୍କ ଠାରୁ ସମ୍ବିଧାନିକ ମୂଲ୍ୟବୋଧ ଓ ସାମାଜିକ ସମ୍ମାନ ପ୍ରତି ଅଧିକ ଦାୟିତ୍ୱଶୀଳ ଆଚରଣ ଆଶା କରାଯାଏ। କିନ୍ତୁ ଆଦିବାସୀ ସମାଜ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରି ସେ ସାମାଜିକ ଓ ସମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି।
ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନୃଶଂସତା ନିବାରଣ) ଆଇନ, ୧୯୮୯ (ସଂଶୋଧିତ ୨୦୧୫ ଓ ୨୦୧୮) ଏବଂ ଭାରତୀୟ ନ୍ୟାୟ ସଂହିତା( ବି.ଏନ. ଏସ ) ୨୦୨୩ର ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ର ଉପ ସଭାପତି
ଶ୍ରୀ ଥବିର ପୁଝାରୀ ଏଫ. ଆଇ.ଆର.ଦେଇଛନ୍ତି l ଥାନାରେ ଅଭିଯୋଗ ଦାଖଲ ସମୟରେ ଶ୍ରୀ ପୁଝାରୀ ସହିତ ସଂଘ ର ଫକୀର ମାଝି, ଅଭି ମାଝି, ଶ୍ରୀମତୀ ରୀନା ମାଝି, ଗୋକୁଳ ସିଂ ମାଝି,ଲୟକର ଛତ୍ରିଆ, ବୈଷ୍ଣବ ମଲ୍ଲିକ, ମହେନ୍ଦ୍ର ଛତ୍ରିଆ, କ୍ଷେତ୍ରୀ ଥାନାପତି ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l
