--:--:--
-- ---
Srishti News

ଜମିହରା ପ୍ରଜାଙ୍କ ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 23, 202650 views
ଜମିହରା ପ୍ରଜାଙ୍କ ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ
ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା ଅନୁଗୋଳ: ତାଳଚେର ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମିହରା ପ୍ରଜାଙ୍କ ପ୍ରତିନିଧି ଏବଂ ଏମ୍‌ସିଏଲ୍‌ (MCL) କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ ଫଳରେ ପ୍ରଭାବିତ ପରିବାରମାନଙ୍କୁ ନ୍ୟାୟସଙ୍ଗତ ପ୍ରାପ୍ୟ ଓ ପୁନର୍ବାସ ସୁବିଧା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଏମ୍‌ସିଏଲ୍‌ ପକ୍ଷରୁ ଜମିହରା ଓ ଗରିବ ପ୍ରଜାମାନଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ଅର୍ଥ ପ୍ରଦାନ କରାଯିବା ସହ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଏହାଦ୍ୱାରା ପ୍ରଭାବିତ ପରିବାରମାନଙ୍କ ଦୁଃଖ-କଷ୍ଟ ଦୂର ହେବା ସହ ସେମାନଙ୍କ ଜୀବନଜୀବିକାରେ ସୁଧାର ଆସିବ ବୋଲି ଆଶା ପ୍ରକାଶ ପାଇଛି। ଜମିହରା ପ୍ରଜାଙ୍କ ସ୍ୱାର୍ଥ ସୁରକ୍ଷା ଓ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଏବଂ ଏମ୍‌ସିଏଲ୍‌ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।