ପରିମଳ ବ୍ୟବସ୍ଥା ଶୂନ୍ୟ: ଆବର୍ଜନାରେ ପୂର୍ଣ୍ଣ ନଦୀଘାଟ, ଲୋକେ ହନ୍ତସନ୍ତ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱରJune 23, 202671 views

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର
ଭୁବନେଶ୍ୱରର କୂଆଖାଇ ନଦୀଘାଟରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଘାଟ ପରିସର ଜରି, ପ୍ଲାଷ୍ଟିକ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ଭରି ଯାଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଏବଂ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ବିଶେଷ କରି ନଦୀରେ ଗାଧୋଇବାକୁ ଆସୁଥିବା ଲୋକମାନେ ଉପଯୁକ୍ତ ସ୍ଥାନ ନ ପାଇ ହଇରାଣ ହେଉଛନ୍ତି। ଘାଟର ଅସ୍ୱଚ୍ଛ ପରିବେଶ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବଢ଼ିଛି।
ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ତୁରନ୍ତ ଘାଟ ସଫେଇ ସହ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l
