--:--:--
-- ---
Srishti News

ଯୋଗରେ ଯୁକ୍ତ ହେଲା ଲାଞ୍ଜି: ସୁସ୍ଥ ଜୀବନର ସଙ୍କଳ୍ପ ସହ ପାଳିତ ଆନ୍ତର୍ଜାତୀୟ ଯୋଗ ଦିବସ

Nuapada (ନୂଆପଡ଼ା)ପ୍ରତିନିଧି: ଭଜନ ଲାଲ ଜଗତJune 22, 202675 views
ଯୋଗରେ ଯୁକ୍ତ ହେଲା ଲାଞ୍ଜି: ସୁସ୍ଥ ଜୀବନର ସଙ୍କଳ୍ପ ସହ ପାଳିତ ଆନ୍ତର୍ଜାତୀୟ ଯୋଗ ଦିବସ
ପ୍ରତିନିଧି: ଭଜନ ଲାଲ ଜଗତ ଖଡ଼ିଆଳ': ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଶରୀର, ମନ ଓ ଆତ୍ମାର ସମନ୍ୱୟର ଏକ ଅଦ୍ଭୁତ ସାଧନ l ଏହି ବାର୍ତ୍ତାକୁ ଆତ୍ମସାତ କରି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମ ପଞ୍ଚାୟତ ପକ୍ଷରୁ ଶନିବାର ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ପଞ୍ଚାୟତ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳୁ ଗ୍ରାମବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ସାମୂହିକ ଯୋଗାଭ୍ୟାସ ମାଧ୍ୟମରେ ଉପସ୍ଥିତ ସମସ୍ତେ ସୁସ୍ଥ ଜୀବନଶୈଳୀ ଅପଣାଇବା ସହ ନିୟମିତ ଯୋଗ କରିବାର ସଙ୍କଳ୍ପ ନେଇଥିଲେ । କାର୍ଯ୍ୟକ୍ରମରେ ଲାଞ୍ଜି ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଦେହୀ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ ସସ୍ମିତା ବେହେରା, ଏମ୍‌ବିକେ ମାଣିକ୍ୟମାଳା କଛିଆ, ମିଶନ ଶକ୍ତିର ମା’ମାନେ, ସ୍ୱଚ୍ଛତା କର୍ମୀ ସସ୍ମିତା ସାହୁ, ହେମକାନ୍ତି ବାଗ, ବଲ୍ଲଭ ସିଂ ମାଝୀ, ଅମରେଶ ପଣ୍ଡା, ୱାର୍ଡ ସଦସ୍ୟ ବଳଭଦ୍ର ଶବରଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ । ଅତିଥିମାନେ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆଜିର ବ୍ୟସ୍ତ ଜୀବନରେ ଶାରୀରିକ ସୁସ୍ଥତା ସହ ମାନସିକ ପ୍ରଶାନ୍ତି ପାଇଁ ଯୋଗ ଏକ ଅପରିହାର୍ଯ୍ୟ ମାଧ୍ୟମ । ନିୟମିତ ଯୋଗାଭ୍ୟାସ ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇଥାଏ । ଗ୍ରାମ ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଜଣାପଡ଼ିଛି ।