ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ଜିଲ୍ଲା ପ୍ରତିନିଧି, ସୁନ୍ଦରଗଡJune 19, 2026173 views

ସୁନ୍ଦରଗଡ-ନୂଆଗାଁ-୧୯ ଜୁନ: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଗାଁ ବ୍ଲକ ପରିସରରେ ଜାତି ଜନଜାତି ସମ୍ବାଦ ବୈଠକ ସରକାରଙ୍କ ବିକାଶର ଧାରା ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ସମିତି ସଭ୍ୟ,ସଭ୍ୟା , SHG ସଦସ୍ୟା ଉପସ୍ଥିତ ଥିଲେ l
ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପୋ, ଉପାଧ୍ୟକ୍ଷ, ଇଦ୍ରିଶି କୁଲା,ଏ .ବି .ଡି ଓ ସମରେନ୍ଦ୍ର ସର, ଜିଲ୍ଲା ପରିଷଦ ସଞ୍ଜିତା କିସପଟା, ଜ୍ୟୋତି ଦଳସରା ଟେଟେ ପ୍ରମୁଖ ମଞ୍ଚାସୀନ ଥିଲେ l ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବ୍ୟ ଦର୍ଶନି ସା,ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଜାତି ଜନଜାତି ମାନଙ୍କର ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେ ସବୁ କିପରି ଭାବରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜିର ଏହି ବୈଠକରେ ଆଲୋଚନା କରାଯାଇଥିଲା, ଏହି ଅବସରରେ ଜୁନିୟର ମହିଳା ହକି ଏସିଆ କପ୍ ରେ ଭାଗନେଉଥିବା ଖେଳାଳି କିରନ ଏକ୍କା ଜାପାନ ରେ ହୋଇଥିବା ଖେଳରେ ବ୍ରୋଞ୍ଚ ପଦକ ହାସଲ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା,ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୂଜା ଓରାମ ଙ୍କୁ ମଧ୍ୟ ସମର୍ଦ୍ଧନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ଟିକକକୁ ହାତୀବାରୀ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜିତ ବିଶ୍ଵାଳ ପରିଚାଳନା କରିଥିଲେ l ଉପସ୍ଥିତ ସମାଜ ସେବୀ ପ୍ରସନ୍ନ ଦାସ, ସଂକର ସିଂହ, ଜଗତପାଲ ଅହିର,ରାମ ଓରାମ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ସମସ୍ତ ପଞ୍ଚାୟତର ଅଧିବାସୀ ଉପସ୍ଥିତ ଥିଲେ l ଶେଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଧନ୍ଯ ବାଦ ଅର୍ପଣ କରିଥିଲେ l
