--:--:--
-- ---
Srishti News

ନାଲକୋର CSR କାର୍ଯ୍ୟ ଓ ଜମିହରାଙ୍କ ଅଧିକାର ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 19, 202688 views
ନାଲକୋର CSR କାର୍ଯ୍ୟ ଓ ଜମିହରାଙ୍କ ଅଧିକାର ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି
ଅନୁଗୋଳ: କୁଳାଡ଼ ଗ୍ରାମର ବାସିନ୍ଦା, ଜମିହରା ପରିବାରର ସଦସ୍ୟ ତଥା ସମାଜସେବୀ ଅଭୟ କୁମାର ସିଂହ ନାଲକୋର CSR କାର୍ଯ୍ୟ, ଜମିହରାଙ୍କ କଲ୍ୟାଣ, ବ୍ୟାନିଂ ପ୍ରସଙ୍ଗ ଓ ପ୍ରଶାସନିକ ସ୍ୱଚ୍ଛତା ନେଇ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ନାଲକୋ ପକ୍ଷରୁ ପୋଷ୍ୟ ଗ୍ରାମ ଭାବେ ବିକଶିତ କରାଯାଇଥିବା ଗ୍ରାମଗୁଡ଼ିକର ନାମ, ବିକାଶ କାର୍ଯ୍ୟ, ବ୍ୟୟ ହୋଇଥିବା ଅର୍ଥ ଓ ଉପକୃତ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରାଯାଉ। ଏଥିସହ ତାଙ୍କ ବିରୋଧରେ ହୋଇଥିବା ବ୍ୟାନିଂ ସମ୍ବନ୍ଧୀୟ କାର୍ଯ୍ୟର ମଧ୍ୟ ନିରପେକ୍ଷ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଅଭୟ ସିଂହଙ୍କ ମତରେ, ନାଲକୋ ପ୍ରକଳ୍ପ ସ୍ଥାପନା ପରେ ଜମିହରା ପରିବାର ଓ ସ୍ଥାନୀୟ ଅଞ୍ଚଳ କେତେ ଲାଭାନ୍ବିତ ହୋଇଛନ୍ତି, ତାହାର ସାମାଜିକ ଅଡିଟ୍ ହେବା ଆବଶ୍ୟକ। ସେ କିଛି ପ୍ରଶାସନିକ ଓ ରାଜସ୍ୱ ସମ୍ପର୍କିତ ପ୍ରସଙ୍ଗର ମଧ୍ୟ ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି। ଶେଷରେ ସେ କେନ୍ଦ୍ର ଓ ରାଜ୍ୟ ସରକାର, ନାଲକୋ ପରିଚାଳନା ଏବଂ ସଂପୃକ୍ତ ତଦନ୍ତକାରୀ ସଂସ୍ଥାଙ୍କୁ ସମସ୍ତ ପ୍ରସଙ୍ଗର ସତ୍ୟତା ଯାଞ୍ଚ କରି ତଥ୍ୟ ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି।