--:--:--
-- ---
Srishti News

ଧନୁପାଲି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଚୋରା ମଦ ଓ ନିଶା କଫ୍ ସିରପ୍ ଜବତ, ୨ ଗିରଫ

Sambalpur (ସମ୍ବଲପୁର)ରିପୋର୍ଟ: ତରଣୀ ପଟେଲ, ଧନୁପାଲ୍ଲୀJune 17, 202635 views
ଧନୁପାଲି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଚୋରା ମଦ ଓ ନିଶା କଫ୍ ସିରପ୍ ଜବତ, ୨ ଗିରଫ
ସମ୍ବଲପୁର, ୧୭ ଜୁନ୍ ୨୦୨୬ ସମ୍ବଲପୁର ଧନୁପାଲି ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ଚୋରା ମଦ ଏବଂ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଚୋରା ମଦ ଓ ନିଶା କଫ୍ ସିରପ୍ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ କାଲି (୧୬.୦୬.୨୦୨୬) ଧନୁପାଲି ଥାନା କେସ୍ ନମ୍ବର ୨୧୫ ରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୬/୨୭/୩(୫) ଏବଂ ଓଡ଼ିଶା ଅବକାରୀ ଆକ୍ଟର ଧାରା ୫୨(a) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଭିଯୁକ୍ତ: ୧. ପ୍ରମୋଦ ଓରାମ (୨୮ ବର୍ଷ), ପିତା- ସ୍ଵର୍ଗତ ସୁଧୀର ଓରାମ, ସାକିନ- ଚାରଭାଟି, ଥାନା- ଧନୁପାଲି, ସମ୍ବଲପୁର ୨. ମଜହର ଖାନ (୩୪ ବର୍ଷ), ପିତା- ସ୍ଵର୍ଗତ ହବିବ୍ ଖାନ, ସାକିନ- ଭୂତାପଡ଼ା, ଥାନା- ଧନୁପାଲି, ଜିଲ୍ଲା- ସମ୍ବଲପୁର। ଜବତ ସାମଗ୍ରୀ: * ୪୨ ଲିଟର ଦେଶୀ ରନ୍ଧା ମଦ (ID Liquor) * ୩୪ ବୋତଲ ନିଶାଦ୍ରବ୍ୟ କଫ୍ ସିରପ୍ (Corex) * ଗୋଟିଏ ହୋଣ୍ଡା ସାଇନ୍ ମୋଟର ସାଇକେଲ୍ (ରେଜିଷ୍ଟ୍ରେସନ ନମ୍ବର: OD 15 W 5650) ସହରରେ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।