--:--:--
-- ---
Srishti News

ସ୍ତ୍ରୀ ଟଙ୍କା ନ ଦେବାରୁ ସ୍ୱାମୀର ବର୍ବରକାଣ୍ଡ, ଖଣ୍ଡା ଓ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

Jagatsinghpur (ଜଗତସିଂହପୁର)ରିପୋର୍ଟ: ରମେଶ ଚନ୍ଦ୍ର ବାରିକ, ଏରସମାJune 17, 2026100 views
ସ୍ତ୍ରୀ ଟଙ୍କା ନ ଦେବାରୁ ସ୍ୱାମୀର ବର୍ବରକାଣ୍ଡ, ଖଣ୍ଡା ଓ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ
ଏରସମା, ଜଗତସିଂହପୁର: ପରିବାରିକ ବିବାଦକୁ କେନ୍ଦ୍ର କରି ଏରସମା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଖଣ୍ଡା ଓ ବନ୍ଧୁକ ଧରି ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପାରିବାରିକ କଳହ ମଧ୍ୟରେ ଅର୍ଥ ଲେଣଦେଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହା ପରେ ଅଭିଯୁକ୍ତ ସ୍ୱାମୀ ଉତ୍ତେଜିତ ହୋଇ ଧାରୁଆ ଅସ୍ତ୍ର ଏବଂ ବନ୍ଧୁକ ଧରି ସ୍ତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ଏରସମା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ପରିବାରିକ ବିବାଦ କିପରି ହିଂସାତ୍ମକ ରୂପ ନେଇ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।