--:--:--
-- ---
Srishti News

ଶେଷଯାତ୍ରାର ଦରଦୀ ବନ୍ଧୁ ‘କୈଳାଶ’ ୬୫ ବର୍ଷ ବୟସରେ କଲେଣି ଏକ ହଜାରରୁ ଊର୍ଦ୍ଧ୍ବ ଶବସଂସ୍କାର

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ଗଞ୍ଜାମJune 17, 202646 views
ଶେଷଯାତ୍ରାର ଦରଦୀ ବନ୍ଧୁ ‘କୈଳାଶ’ ୬୫ ବର୍ଷ ବୟସରେ କଲେଣି ଏକ ହଜାରରୁ ଊର୍ଦ୍ଧ୍ବ ଶବସଂସ୍କାର
ଗଞ୍ଜାମ ଜିଲ୍ଲାର ଆସିକା ପୌର ପରିଷଦ ଅଧୀନସ୍ଥ ୧୦ ନମ୍ୱର ୱାର୍ଡ ତାଲୁକା ରୋଡ଼ ର ୬୫ ବର୍ଷିୟ କୈଳାଶ ବିଶ୍ବାଳ । ଦୀର୍ଘ ପ୍ରାୟ ୪୮ ବର୍ଷ ହେବ ନିଃସ୍ଵାର୍ଥପର ଭାବେ ମଣିଷର ଶେଷଯାତ୍ରା ବେଳର ଦରଦୀ ବନ୍ଧୁ ସାଜିଛନ୍ତି କୈଳାଶ ବିଶ୍ବାଳ ।  ଚିହ୍ନା  ହୁଅନ୍ତୁ କି ଅଚିହ୍ନା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କାହାରି ମୃତ୍ୟୁ ଖବର ପାଇବା ମାତ୍ରେ ସବୁ  କାର୍ଯ୍ୟପଛ ରେ ପକାଇ ସବ ସଂସ୍କାର ରେ ସହଯୋଗ କରିବା ପାଇଁ   ଆଗେଇ  ଆସନ୍ତି। ଦରଦୀ ବନ୍ଧୁ  ରୂପେ ପରିଚିତ ଥିବା କୈଳାଶ ବିଶ୍ବାଳ ମୃତକଙ୍କ ଆତ୍ମୀୟଙ୍କ ନିକଟରେ ପହଞ୍ଚି କାର୍ଯ୍ୟ କରିବା ଠାରୁ ଆରମ୍ଭ କରି କୋକେଇ ବାନ୍ଧିବା, ପାଇକପିଠି ଯୋଗାଣ୍ଡ କରିବା ଏବଂ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସବୁକାର୍ଯ୍ୟରେ ଭାଗ ନେଇଥାନ୍ତି  ଶେଷ ସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ବର୍ତ୍ତମାନର ବ୍ୟସ୍ତବହୁଳ ଓ ସ୍ଵାର୍ଥ ସର୍ବସ୍ଵ ଦୁନିଆରେ କାହାରିପାଇଁ କାହାର ସମୟ ନଥାଏ । ସମସ୍ତେ ନିଜ ନିଜର ବ୍ୟକ୍ତିଗତ ଦୁନିଆରେ ବ୍ୟସ୍ତ । ତେବେ ଶେଷଯାତ୍ରା ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ସତ କରି ଦେଖାଇଛନ୍ତି ଆସିକା ପୌର ପରିଷଦ ଅଧୀନସ୍ଥ ୧୦ନଂ ୱାର୍ଡର  ତାଲୁକା ରୋଡ ବାସିନ୍ଦା କୈଳାଶ ବିଶ୍ବାଳ । ସଭିଙ୍କ ମହଲରେ ସେ କୈଳାଶ ଭାଇ ରୂପେ ସୁପରିଚିତ । ୬୫ ବର୍ଷ ବୟସରେ ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଊର୍ଦ୍ଧ୍ବ ଶବସଂସ୍କାର କରି ସାରିଲେଣି ଆସିକା  ଅଞ୍ଚଳ ରେ ୪୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ପୂଣ୍ୟ କାମ ସହ ଜଡିତ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଧନୀ ଅବା ଗରିବ ହେଉ ଯେଉଁଠି ବି କୌଣସି ଲୋକଙ୍କ ମୃତ୍ୟୁଖବର ଶୁଣିବା ମାତ୍ରେ ବିନା ସ୍ଵାର୍ଥରେ କୈଳାଶ ବିଶ୍ବାଳ ସେଠାରେ ପହଞ୍ଚି ମୃତକଙ୍କ ପରିଜନଙ୍କ ସହ ଦୁଃଖରେ ସାମିଲ ହୋଇ ସମବେଦନା ଜଣାଇବା ସହ ପାରମ୍ପରିକ ରୀତିରେ ଶେଷକୃତ୍ୟ ସଂପନ୍ନରେ ଲାଗି ପଡିଥାନ୍ତି । ଶବସଂସ୍କାର ଏକ ଜଟିଳ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଥିରେ ସେ ଆନନ୍ଦ ପାଆନ୍ତି । ଏହି ଶବସଂସ୍କାର କାର୍ଯ୍ୟ ପାଇଁ କେବେ କାହାଠାରୁ ପାରିଶ୍ରମିକ ବାବଦରେ କିଛି ପାଇବାକୁ ଇଚ୍ଛା କରନ୍ତି ନାହିଁ । ତେବେ କେହି  କିଛି ବି ଦିଅତି ସେ ଫେରାଇ ଦିଅନ୍ତି । ଯାହାହିଁ ଫଳରେ ଜଣେ ନିଆରା ବ୍ୟକ୍ତିତ୍ଵ ଭାବେ ଆସିକା ପୌର ପରିଷଦ ଅଧୀନସ୍ଥ  ତାଲୁକା ରୋଡର କୈଳାଶ ବିଶ୍ବାଳ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ କେହି ନାହିଁ ସାହାର ସମାଜସେବୀ କୈଳାଶ ବିଶ୍ବାଳ ଅଛନ୍ତି ତାଙ୍କର ବୋଲି କହିଲ ଅତ୍ୟୁକ୍ତି ହେବ ନାହିଁ । ସଭିଙ୍କ ମହଲରେ ସେ ବେଶ କୈଳାଶ ଭାଇ ରୂପେ ସୁପରିଚିତ । ଯେ କୌଣସି ଜାତି ଅବା ଅନ୍ୟ ସଂପ୍ରଦାୟର ହେଉ କାଳ  ବିଳମ୍ବ ନକରି ମୃତ୍ୟୁ ଖବର ଶୁଣିବା ମାତ୍ରେ ନିଜର କାମ ଛାଡି  କୈଳାଶ ବିଶ୍ବାଳ ସେଠାରେ ପହଞ୍ଚଥାନ୍ତି । ତାଙ୍କୁ ସେତେବେଳେ ପ୍ରାୟ ୧୭ ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥ୍ପାଇଁ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ । ଜୀବନର ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ସେ ଏହି ଶବସଂସ୍କାର କାମ କରିବା ଲାଗି ସଂକଳ୍ପବଦ୍ଧ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଶବସଂସ୍କାର କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି କୈଳାଶ ବିଶ୍ବାଳ ।