ରଜପର୍ବ ସହିତ ନିଆରା ଜନ୍ମଦିନ ପାଳନ
Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ରସୁଲପୁରJune 17, 202635 views

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଠାରେ ଗଢ଼ିଉଠିଥିବା ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବ୍ରହ୍ମ ବରଦା ସ୍ଥିତ ବରିଷ୍ଠ ନାଗରିକ ଆବାସିକ ଗୃହ ବୃଦ୍ଧା ଶ୍ରମ ରେ ଟ୍ରଷ୍ଟ ତରଫରୁ ରଜ ପର୍ବ ପାଳନ କରାଯିବା ସହ ଅବସରପ୍ରାପ୍ତ କର୍ମଚାରୀ ସଂଘ ବ୍ରହ୍ମ ବରଦା ର ସମ୍ପାଦକ ବିଶ୍ଵନାଥ ପଣ୍ଡା ଙ୍କ ୭୭ତମ ଜନ୍ମ ଦିନ ପାଳନ କରାଯାଇଛି l କର୍ମକର୍ତ୍ତା ମାନେ ଅନ୍ତେବାସୀ ମାନଙ୍କୁ ପିଠା, ମିଠା ଫଳ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ସାଂଗଠନିକ ସମ୍ପାଦକ ଜ୍ଞାନ ରଞ୍ଜନ ରଥ, ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ, ଉପସଭାପତି ସଙ୍ଗୀତା ଆଚାର୍ଯ୍ୟ, ସନ୍ତୋଷ ନାୟକ, ପ୍ରଭାସିନୀ ମଲ୍ଲ, ସୁମନ୍ତ ରଥ, ଅରବିନ୍ଦ ଦାଶ, ସନ୍ତୋଷ ଦାସ, ସୁନିଲ ନାୟକ, ନାରାୟଣ ଦାସ, ନିମାଇଁ ଦାସ, ସମାଜ ସେବୀ ପ୍ରଦୀପ ଦାସ, ପ୍ରଫୁଲ୍ଲ ଗିରି , ଶିବାନନ୍ଦ ପଣ୍ଡା, ଚନ୍ଦନ ମହାରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ
