--:--:--
-- ---
Srishti News

ରଜ ମହୋତ୍ସବରେ କୁନି ଝିଅ ପାୟଲଙ୍କ କୁନି ପ୍ରତିଭା, ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

Dhenkanal (ଢେଙ୍କାନାଳ)ରିପୋର୍ଟ: ରିତାଞ୍ଜଳୀ ସାହୁ, ଭୁବନJune 17, 2026125 views
ରଜ ମହୋତ୍ସବରେ କୁନି ଝିଅ ପାୟଲଙ୍କ କୁନି ପ୍ରତିଭା, ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ
ଢେଙ୍କାନାଳ, ଭୁବନ: ରଜପର୍ବ ଅବସରରେ ଭୁବନ ଅଞ୍ଚଳର ବିଭିନ୍ନ ମହୋତ୍ସବ ଓ ସାଂସ୍କୃତିକ ମଞ୍ଚରେ ନିଜର ଅପୂର୍ବ କଳା ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କ ପ୍ରଶଂସା ସାଉଁଟୁଛନ୍ତି ୯ ବର୍ଷୀୟା କୁନି ଝିଅ ପାୟଲ ବେହେରା। ଅତି କମ୍ ବୟସରେ ପାଠପଢ଼ା ସହ ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ତାଙ୍କର ନିପୁଣତା ସମସ୍ତଙ୍କୁ ଆକର୍ଷିତ କରୁଛି। ପାୟଲ ବିଭିନ୍ନ ସମୟରେ ଗାଁ ଓ ଆଖପାଖ ଅଞ୍ଚଳର ଓଡ଼ିଆ ପର୍ବପର୍ବାଣୀ ଓ ସାଂସ୍କୃତିକ ଉତ୍ସବରେ ଭାଗ ନେଇ ନିଜର ପ୍ରତିଭାର ପରିଚୟ ଦେଇଆସୁଛନ୍ତି। ଓଡ଼ିଆ ଭଜନ, ସମ୍ବଲପୁରୀ ଗୀତ ଏବଂ ଆଧୁନିକ ସଙ୍ଗୀତରେ ସୁନ୍ଦର ଗାୟନ ସହ ନୃତ୍ୟ ପରିବେଷଣ କରି ସେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଚଳିତ ରଜ ମହୋତ୍ସବରେ ଅଞ୍ଚଳର ବିଭିନ୍ନ ପୀଠ ଓ ମଞ୍ଚରେ ତାଙ୍କର ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତାଙ୍କର ମଧୁର କଣ୍ଠସ୍ୱର ଓ ଆକର୍ଷଣୀୟ ନୃତ୍ୟ ଶୈଳୀ ପାଇଁ ସେ ଢେର ସାରା ଭଲପାଇବା ଓ ପ୍ରଶଂସା ଲାଭ କରିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଂସ୍କୃତିକ ପ୍ରେମୀମାନେ ପାୟଲଙ୍କ ଏହି କୁନି ବୟସରେ ଏଭଳି ପ୍ରତିଭାକୁ ସାଧୁବାଦ ଜଣାଇଥିବା ବେଳେ, ଭବିଷ୍ୟତରେ ସେ ଜଣେ ସଫଳ କଳାକାର ଭାବେ ପରିଚିତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।