ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ସରପଞ୍ଚଙ୍କୁ ଘେରି ତୀବ୍ର ବିରୋଧ
Angul (ଅନୁଗୋଳ)ରିପୋର୍ଟ: ସନାତନ କରJune 15, 202637 views

ତାଳଚେର: ପିଇବା ପାଣିର ଘୋର ଅଭାବକୁ ନେଇ ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମରେ ଜନଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ।
ଉତ୍ତ୍ୟକ୍ତ ଗ୍ରାମବାସୀମାନେ ସରପଞ୍ଚଙ୍କୁ ଘେରାଉ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପରିସ୍ଥିତି କ୍ରମେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିଥିଲା। ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ଶାନ୍ତ ହୋଇଥିଲା।
ଗ୍ରାମବାସୀମାନେ ଶୀଘ୍ର ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।
