ସଂଘ ପଞ୍ଜିକରଣ ଓ ମୌଳିକ ସୁବିଧା ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର
Ganjam (ଗଞ୍ଜାମ)ବ୍ୟୁରୋ ରିପୋର୍ଟ, ବୁଗୁଡ଼ାJune 15, 202629 views

ମୂର୍ତ୍ତି ଶିଳ୍ପୀ, ପଟ୍ଟଚିତ୍ର ଓ ରଙ୍ଗତୁଳୀ କଳାକାର ଗଞ୍ଜାମ ଜିଲ୍ଲା କଳାକାର ସଂଘ ପକ୍ଷରୁ ସ୍ବତନ୍ତ୍ର ଏକ ପ୍ରତିନିଧି ଦଳ ତା ୧୪/୦୬/୨୬ ରିଖ ରବିବାର ଦିନ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ବୁଗୁଡ଼ା ସ୍ଥିତ ବାସଭବନରେ ଭେଟି ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯାହାକି ସଂଘ ପଞ୍ଜିକରଣ, ଯେକୌଣସି ମୌଳିକ ସୁବିଧା ପାଇବା କ୍ଷେତ୍ରର ମନ୍ତ୍ରୀ ସହଯୋଗ କାମନା କରିବା ସହିତ ଆମ ଅଞ୍ଚଳରେ ରହି ବଙ୍ଗଳାଦେଶୀ ପିଓପି ମୂର୍ତ୍ତି କାରିଗର ଦ୍ବାରା ହେଉଥିବା ବେଆଇନ ମୂର୍ତ୍ତି ବନ୍ଦ କରି ସେମାନଙ୍କୁ ଏଠାରୁ ଘଉଡେଇବା ପାଇଁ ନିବେଦନ କରିଥିଲେ। ସେମାନଙ୍କୁ ଚିହ୍ନଟ କରି ମୂର୍ତ୍ତି ନିର୍ମାଣ ବନ୍ଦ କରିବା ସହିତ ଏଠାରୁ ଘଉଡେଇବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ଏହି ଅବସରରେ ସଂଘର ସଭାପତି ଭଗବାନ ସାହୁ, ଉପସଭାପତି ବସନ୍ତ କୁମାର ସାହୁ, ସହ ସମ୍ପାଦକ ଅକ୍ଷୟ କୁମାର ସାହୁ ସମେତ ଅନ୍ୟାନ୍ୟ ବ୍ଳକର କଳାକାର ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।
