ବଅଁରପାଳ ଥାନା ସମ୍ମୁଖରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨ ବସ୍ରୁ ଡିଜେଲ ଚୋରି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 15, 202699 views

ଅନୁଗୋଳ: ବଅଁରପାଳ ଥାନା ସମ୍ମୁଖରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଟି ସ୍କୁଲ ବସ୍ରୁ ଡିଜେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଖରା ଛୁଟି ଯୋଗୁଁ ସ୍କୁଲ ବନ୍ଦ ଥିବାବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛୁଟିରେ ଥିଲେ। ୧୪ ତାରିଖ ରାତିରେ ସ୍କୁଲ ପ୍ରାଙ୍ଗଣରେ ରହିଥିବା OD19M8694 ଓ OD19K0379 ନମ୍ବର ବିଶିଷ୍ଟ ଦୁଇଟି ବସ୍ର ତେଲ ଟାଙ୍କିର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୬୦ ଲିଟରରୁ ଅଧିକ ଡିଜେଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ରବିବାର ସକାଳେ ବସ୍ ଚାଳକ ଗାଡ଼ି ଷ୍ଟାର୍ଟ କରିବାକୁ ଯାଇଥିବାବେଳେ ତେଲ ଟାଙ୍କିର ତାଲା ଭଙ୍ଗା ଥିବା ଓ ଡିଜେଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ବଅଁରପାଳ ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି।
ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସ୍କୁଲ ପରିସରରେ ଘଟିଥିବା ଏହି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

