ବ୍ରାଉନ ସୁଗାର କାରବାର ବେଳେ ଦୁଇ ମହିଳା ସମେତ ୫ ଜଣ ଗିରଫ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 15, 2026133 views

ଅନୁଗୋଳ: ନିଶା କାରବାର ବିରୋଧରେ ଛେଣ୍ଡିପଦା ପୋଲିସ ଓ ଅନୁଗୋଳ ସ୍ପେଶାଲ ସ୍କ୍ୱାଡ୍କୁ ବଡ଼ ସଫଳତା ମିଳିଛି। ଏକ ସ୍ୱତନ୍ତ୍ର ଚଢ଼ାଉ ସମୟରେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ବ୍ରାଉନ ସୁଗାର, ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ନିଶା କାରବାର ବିରୋଧରେ ପୋଲିସର ଏହି ଚଢ଼ାଉକୁ ଏକ ବଡ଼ ସଫଳତା ବୋଲି ମନାଯାଉଛି। ଘଟଣାରେ ସଂପୃକ୍ତ ଅନ୍ୟ କାହାରି ଭୂମିକା ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
