ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଦହି ସର୍ବତ ବଣ୍ଟନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 15, 2026119 views

ଅନୁଗୋଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଅଁରପାଳ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ହାଟ ବଜାରରେ ଥିବା ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବ୍ୟବସାୟୀ, ଗ୍ରାହକ, ପଥଚାରୀ ଏବଂ ସାଧାରଣ ଲୋକଙ୍କୁ ଶୀତଳ ଦହି ସର୍ବତ ପ୍ରଦାନ କରାଯାଇଥିଲା।
ଗ୍ରୀଷ୍ମ ଋତୁରେ ଲୋକମାନଙ୍କୁ ତାତିରୁ କିଛିଟା ଆଶ୍ୱସ୍ତି ଦେବା ଓ ସମାଜ ପ୍ରତି ନିଜର ସାମାଜିକ ଦାୟିତ୍ୱ ପାଳନ କରିବା ଉଦ୍ଦେଶ୍ୟରେ ଏହି ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଆୟୋଜକମାନେ ପ୍ରକାଶ କରିଥିଲେ। ଶତାଧିକ ଲୋକ ଏହି ସେବାର ଲାଭ ଉଠାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ ପ୍ରଶଂସା କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆର କର୍ମଚାରୀ ଏବଂ ସହଯୋଗୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର ଓ ସେବାମୂଳକ କାର୍ଯ୍ୟ ଜାରି ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
