ଟ୍ରେନ୍ରୁ ପଡ଼ି ଜଣେ ବ୍ୟକ୍ତି ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 15, 2026127 views

ଅନୁଗୋଳ: ଅନୁଗୋଳ ରେଳପଥରେ ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନ୍ରୁ ପଡ଼ି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।
ପରେ ତାଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଭର୍ତ୍ତି କରାଯାଇଥିଲା। ଆହତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କର ନିରନ୍ତର ଚିକିତ୍ସା କରୁଛନ୍ତି।
ଗୁରୁତର ବ୍ୟକ୍ତି ଜଣକ ଝାରଖଣ୍ଡ ଅଞ୍ଚଳର ବିଜୟ କୁମାର ଶର୍ମା ବୋଲି ପରିଚୟ ମିଳିଛି। ସେ କିପରି ଟ୍ରେନ୍ରୁ ଖସିପଡ଼ିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସୃଷ୍ଟି ହୋଇଥିବା ବେଳେ, ରେଳ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଜୟ କୁମାର ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଥିବା ସୂଚନା ମିଳିଛି
