ରଜ : ଓଡ଼ିଆ ମାଟିର ମଧୁର ମହାକାବ୍ୟ
Nuapada (ନୂଆପଡ଼ା)ବ୍ୟୁରୋ ରିପୋର୍ଟ, ସିନାପାଲିJune 15, 202680 views

ରଜ ଆସିଲେ ହସେ ଧରଣୀ,
ଦୋଳିର ତାଳେ ଝୁମେ ତରୁଣୀ ।
ଅଳତା ଛୁଆଁରେ ରଙ୍ଗା ପାଦ,
ମନେ ମନେ ଫୁଟେ ଅସୁମାରୀ ସ୍ୱପ୍ନର ସ୍ୱାଦ ।
ପୋଡ଼ପିଠାର ମହକ ଭରେ ଆଙ୍ଗନ,
ରଜଗୀତରେ ମୁଖରିତ ହୁଏ ଜୀବନ ।
ପାନର ଲାଲିମା, ହସର ଝଙ୍କାର,
ସବୁଠି ଖେଳିଯାଏ ଆନନ୍ଦର ଜୁଆର ।
ଏ କେବଳ ପର୍ବ ନୁହେଁ,
ମାଟି ସହ ମଣିଷର ଆତ୍ମୀୟତାର ଉତ୍ସବ ।
ପ୍ରକୃତି ପ୍ରତି ପ୍ରଣାମ, ନାରୀତ୍ୱ ପ୍ରତି ସମ୍ମାନ,
ଓଡ଼ିଆ ଅସ୍ମିତାର ଅମର ଅଭିଯାନ ।
ରଜ ଆସିଲେ ଲାଗେ ସତେ,
ଧରା ଲେଖୁଛି ପ୍ରେମର ନୂଆ କବିତା l
ଆଉ ସେହି କବିତାର ପ୍ରତିଟି ଶବ୍ଦରେ
ଝଲସୁଥାଏ ଓଡ଼ିଶାର ଚିରନ୍ତନ ସଂସ୍କୃତିର ଗରିମା ।
ରଜ ମାନେ
କେବଳ ତିନି ଦିନର ନୁହେଁ ଉତ୍ସବ,
ଏ ହେଉଛି
ଓଡ଼ିଆ ହୃଦୟରେ ସାରା ବର୍ଷ ବଞ୍ଚି ରହୁଥିବା
ଏକ ଜୀବନ୍ତ ଅନୁଭବ l
ମଳୟ ମେହେର, ସିନାପାଲି
ସାମ୍ବାଦିକ
