ବାରକୋଟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ଯୋଗଦାନ
Deogarh (ଦେଓଗଡ଼)ରିପୋର୍ଟ: ନରୋତ୍ତମ ପରିଡା, ବାରକୋଟJune 13, 202666 views

ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ର ବାରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀଯୁକ୍ତ ହାଡ଼ିବନ୍ଧୁ ବେହେରାଙ୍କ ଯୋଗଦାନ ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ତଥା ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଲ୍ଲସିତ ହୋଇ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହା ପରେ ବାରକୋଟ ବି.ଆର୍.ସି.ସି କମ୍ ଏ.ବି.ଇ.ଓ କ୍ଷୀରୋଦ ବିହାରୀ ସାହୁ, ଏ.ବି.ଇ.ଓ ବିଜୟ କୁମାର ସାହୁ ଫୁଲତୋଡା ଦେଇ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ।
ବାରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ହାଡ଼ିବନ୍ଧୁ ବେହେରା ସ୍ଥାୟୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
