ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତିର ଏହି ଶୁଭ ଅବସରରେ ବିଧାୟକ-ମନ୍ତୀଙ୍କ କାଳିଆ ଦର୍ଶନ
Puri (ପୁରୀ)ରିପୋର୍ଟ: ରମେଶ ଚନ୍ଦ୍ର ବାରିକ, ପୁରୀJune 13, 202677 views

ରାଜ୍ୟରେ ଜନକଲ୍ୟାଣକାରୀ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତିର ଏହି ଶୁଭ ଅବସରରେ, ଆଜି ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ ସହ ଶିଳ୍ପ ଓ ବୈଷୟିକ ଶିକ୍ଷ୍ୟା ମନ୍ତ୍ରୀ ସମ୍ପଦ ସ୍ବାଇଁ ପବିତ୍ର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଯାଇ କାଳିଆ ସାଆନ୍ତଙ୍କ ଦିବ୍ୟ ଦର୍ଶନ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ କଲେ। ସନାତନ ସଂସ୍କୃତିର ମହାନ୍ ପ୍ରତୀକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଚାରିଧାମ ମଧ୍ୟରୁ ଅନ୍ୟତମ ‘ଶ୍ରୀଜଗନ୍ନାଥ ଧାମ’ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି, ବିଶ୍ୱାସ ଓ ଆସ୍ଥାର ପ୍ରାଣକେନ୍ଦ୍ର। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଆ ଜାତିର ପ୍ରାଣ, ସ୍ପନ୍ଦନ ଏବଂ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ।ଏହି ଶୁଭ ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଚରଣ କମଳରେ ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ, ସୁଖ, ଶାନ୍ତି, ନିରାମୟ ଜୀବନ ଏବଂ ଅପୂର୍ବ ସମୃଦ୍ଧି ପାଇଁ ଆନ୍ତରିକ ପ୍ରାର୍ଥନା କରିଥିଲେ।
