--:--:--
-- ---
Srishti News

ନନ୍ଦାହାଣ୍ଡିରେ ରେଳ ଲାଇନ ପ୍ରକଳ୍ପ ଜମି ଅଧୂଗ୍ରହଣ ସମୀକ୍ଷା, ୧୫ ଦିନ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନନ୍ଦାହାଣ୍ଡିJune 13, 202630 views
ନନ୍ଦାହାଣ୍ଡିରେ ରେଳ ଲାଇନ ପ୍ରକଳ୍ପ ଜମି ଅଧୂଗ୍ରହଣ ସମୀକ୍ଷା, ୧୫ ଦିନ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ
ନନ୍ଦାହାଣ୍ଡି : ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi 'ବିକଶିତ ଭାରତ' ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟରେ ନବରଙ୍ଗପୁର ସାଂସଦ Balabhadra Majhi, ବିଧାୟକ Gouri Shankar Majhi ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ରେଳ ଲାଇନ ପ୍ରକଳ୍ପ ପାଇଁ ଚାଲିଥିବା ଜମି ଅଧି ଗ୍ରହଣ ପ୍ରକ୍ରିୟା ର ସମୀକ୍ଷା କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଅବଶିଷ୍ଟ ଜମି ଅଧୂଗ୍ରହଣ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି, ଜମି ଅଧିଗ୍ରହଣ ସ୍ଥିତି ଏବଂ ଅବଶିଷ୍ଟ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଞ୍ଚଳିକ ବିକାଶ ଏବଂ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ସାଂସଦ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ଅବଶିଷ୍ଟ ଜମି ଅଧୂଗ୍ରହଣ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଜନକଲ୍ୟାଣ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଅଟଳ ରହିଛି ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏଭଳି ପ୍ରକଳ୍ପଗୁଡ଼ିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସମୀକ୍ଷା ବୈଠକରେ ତହସିଲଦାର, ଅତିରିକୁ ତହସିଲଦାର, ଚିକିତ୍ସା ଅଧିକାରୀ, ବରିଷ୍ଠ ବ୍ୟାଙ୍କ ଅଧିକାରୀ, ଜୋନାଲ ପରିଚାଳକ, ଶାଖା ପରିଚାଳକଙ୍କ ସମେତ ବିଭିନ୍ନ ବିଭାଗର ଅଧୂକାରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।