ଦେଶୀ ମଦ ବନ୍ଦ ନେଇ ଦାବିପତ୍ର, ଥାନା ରେ ପହଞ୍ଚି ଦାବୀ ପତ୍ର ପ୍ରଦାନ କଲେ ଗ୍ରାମ ର ଶତାଧିକ ମହିଳା
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ ଚନ୍ଦାହାଣ୍ଡି, ନବରଙ୍ଗପୁରJune 13, 202657 views

ଚନ୍ଦାହାଣ୍ଡି : ୧୩/୦୬, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ ମଣିପଦର ଓ କୁକୁରାକୋଟ ଗ୍ରାମରେ ବ୍ୟାପକ ଭାବେ ଦେଶି ମହୁଲି ମଦ ରନ୍ଧା ଓ ବିକ୍ରି କରାଯାଉଛି। ଏହା ସହିତ ଏମ୍ ଏସ ଓ ଖଜୁରୀ ରସ ମଧ୍ୟ ବିକ୍ରି ହେଉଛି। ଯାହାକୁ ସେବନ କରି ଗାଁରେ ଅଯଥାରେ ଗଣ୍ଡଗୋଳ ହେଉଛି ପୁରୁଷମାନେ ପରିବାରରେ ସ୍ତ୍ରୀ ପିଲାଛୁଆଙ୍କୁ ମାରପିଟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ମହୁଲି, ଏମ୍ ଏସ ଓ ଖଜୁରୀ ରସ ବିକ୍ରିକୁ ବନ୍ଦ କରିବାକୁ ମଣିପଦର ଓ କୁକୁରାକୋଟ ଗ୍ରାମର ଶତାଧିକ ମହିଳା ଏକାଠି ହୋଇ ଚନ୍ଦାହାଣ୍ଡି ଥାନାକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନବେଳେ ହର ପୂଜାରୀ, ଘନ ସୋରି, କରୁଣା ମାଝୀ, କରୁଣା ପୋର୍ଟି, ଉର୍ବଶୀ ମାଝୀ, ଇନ୍ଦ୍ରା ସୋରି, ଅଁଳା ବଗର୍ଷି, ଲୋବନି ସୋରି, ନିର ନେତାମ, ଦୂର ନେତାମ, ବାସ ମାଝୀ, ଗମତି ଝାଙ୍କର, ସୁମିତ୍ରା ସୁମିତ୍ରା ସୋ ସୋରି, ଝଜନେ ଝାଙ୍କର, ମୁଁଙ୍ଗେ ଝାଙ୍କର, ଚନ୍ଦରେ ଭତ୍ରା, ମୁଁଙ୍ଗେ ଭତ୍ରା, ଲକ୍ଷ୍ମୀ ସୋରି, ଧନସେ ଭତ୍ରା ସହିତ ଗ୍ରାମର ସମସ୍ତ ମହିଳା ଉପସ୍ଥିତ ଥିଲେ।
