--:--:--
-- ---
Srishti News

ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ, ରାଜ୍ୟର ଲକ୍ଷାଧିକ ପରିବାରଙ୍କୁ ୧୦ କିଲୋ ଚାଉଳ ମିଳିବ

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ଭୁବନେଶ୍ୱରJune 13, 202622 views
ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ, ରାଜ୍ୟର ଲକ୍ଷାଧିକ ପରିବାରଙ୍କୁ ୧୦ କିଲୋ ଚାଉଳ ମିଳିବ
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହୋଇଛି, ଯାହା ଅନୁସାରେ ହିତାଧିକାରୀମାନେ ଏବେ ୫ କିଲୋ ନୁହେଁ ୧୦ କିଲୋ ଚାଉଳ ପାଇବେ। ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୧ କୋଟି ପରିବାର ଉପକୃତ ହେବେ ଏବଂ ଖାଦ୍ୟ ସୁରକ୍ଷା ବଢ଼ିବ ବୋଲି ସରକାର କହିଛନ୍ତି। ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଏହି ଯୋଜନା ଦ୍ବାରା ହିତାଧିକାରୀ ମାନେ ଏଣିକି ଆଉ ୫ କିଲୋ ନୁହେଁ, ୧୦ କିଲୋ ଚାଉଳ ପାଇବେ। ଏହାଦ୍ବାରା ରାଜ୍ୟର ୧ କୋଟି ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ। ଶାସନର ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନା ପାଇଁ ଖର୍ଚ୍ଚ ହେବ ୮ ହଜାର ୮ ଶହ ୧୩ କୋଟି ଟଙ୍କା।  ଖାଦ୍ୟ ଅଭାବରୁ ଯେପରି କୌଣସି ଶିଶୁ ଅପପୁଷ୍ଟିର ଶିକାର ନହେବେ ଏବଂ ବୃଦ୍ଧ ବୃଦ୍ଧାଙ୍କୁ ଯେପରି ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯିବ, ସେହି ଉଦ୍ଦେଶ୍ୟରେ  ଯୋଜନାର ଶୁଭାରମ୍ଭ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ  ୫୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଜନାଶ୍ରୟ କୋଠା। ଏହି ଅବସରରେ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ଦିଆଯିବା ସହ ସୁଭଦ୍ରା ଶକ୍ତି ସମ୍ବାଦ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।