--:--:--
-- ---
Srishti News

ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ସୁରକ୍ଷା ପରିଷଦ କର୍ମକର୍ତ୍ତା, ଡଙ୍ଗରଗଡ଼ ଜଳପ୍ରପାତ ସମୁହର ଉନ୍ନୟନ ପାଇଁ ଦାବି

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଭବାନୀପାଟଣାJune 12, 202671 views
ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ସୁରକ୍ଷା ପରିଷଦ କର୍ମକର୍ତ୍ତା, ଡଙ୍ଗରଗଡ଼ ଜଳପ୍ରପାତ ସମୁହର ଉନ୍ନୟନ ପାଇଁ ଦାବି
ଭବାନୀପାଟଣା,୧୨/୦୬()- ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାର ଡଙ୍ଗରଗଡ଼ ଜଳପ୍ରପାତରେ ପରିବେଶ ପର୍ଯ୍ୟଟନ ଓ ଏହାର ସାମଗ୍ରିକ ବିକାଶ ସମ୍ପର୍କରେ ଦାବି କରିଛନ୍ତି ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର କର୍ମକର୍ତ୍ତା।ଭବାନୀପାଟଣା ସଦର ବ୍ଲକ କଲମ ପଞ୍ଚାୟତରେ ଥିବା ଡଙ୍ଗରଗଡ଼ ଜଳପ୍ରପାତ ସମୁହ ଜିଲ୍ଲା ଓ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଏହାର ବିକାଶ ସହିତ ଏହାକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରାଗଲେ ଅଞ୍ଚଳର ସାଂସ୍କୃତିକ, ଆର୍ଥିକ ଓ ସାମାଜିକ ବିକାଶରେ ସହଭାଗୀ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ଗଠନ ହୋଇଥିବାବେଳେ ଟ୍ରଷ୍ଟ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହିତ ବିଭିନ୍ନ ଦାବି କରାଯାଇ ଆସୁଛି। ଏହିକ୍ରମରେ ଟ୍ରଷ୍ଟର କର୍ମକର୍ତ୍ତା ଆଜି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଟ୍ରଷ୍ଟର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି କୀର୍ତ୍ତନ ମାଝୀ, ମହେନ୍ଦ୍ର ବାଗ, କମଳ ମାଝୀ ଏବଂ ସଦସ୍ୟ ଭବାନୀ ବାଗ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସହିତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।