--:--:--
-- ---
Srishti News

ତରାସ ନୋଡାଲ ହାଇସ୍କୁଲର ସୁବ୍ରଣ୍ଣଜୟନ୍ତୀ ଉଦଘାଟିତ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: ଦିଲ୍ଲୀପ ପରିଡା, ରାଜକନିକାJune 12, 202626 views
ତରାସ ନୋଡାଲ ହାଇସ୍କୁଲର ସୁବ୍ରଣ୍ଣଜୟନ୍ତୀ ଉଦଘାଟିତ
ରାଜକନିକା ଭାଷା ସାହିତ୍ୟ ହିଁ ଗୋଟେ ଜାତିର ବିକାଶର ବାର୍ତ୍ତା ଦେଇଥାଏ, ମା ମାଟି ମନସ୍କ ହୋଇ ନିଜ ଅଞ୍ଚଳର ପ୍ରଗତି ଓ ସ୍ୱାଭିମାନକୁ ବଞ୍ଚାଇ ଆଜି ୫୭ ବର୍ଷରେ ନିଜର କାୟାକୁ ମଣିଷ ତିଆରିରେ ମଗ୍ନ ରଖିଥିବାରୁ ଏ ମାଟି ମହାନ ବୋଲି ତରାସ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀର ୩ ଦିନିଆ ସମାରୋହର ଉଦଘାଟନୀ ଦିବସରେ ମତପ୍ରକାଶ ପାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ଜଗଦାନନ୍ଦ, ମୁଖ୍ୟଵକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି,ବିଶିଷ୍ଟ ଅତିଥି ଭାବେ ଡ଼ଃ ଦେବୀପ୍ରସନ୍ନ ପଟ୍ଟନାୟକ, ସମ୍ନାନୀତ ଅତିଥି ଭାବେ ଶିକ୍ଷାବିତ କାଳୀପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳର ଏଭଳି ଶିକ୍ଷାନୁଷ୍ଠାନର ଗାରିମାମୟ ଜୟଯାତ୍ରା ଏ ମାଟିକୁ ଧନ୍ୟ କରିଛି ବୋଲି ମତ ପ୍ରକାଶ କରିଥିଲେ। ଆଜି ପୂର୍ବାହ୍ନ ୮ ଟା କଳସ ଶୋଭାଯାତ୍ରା, ମଶାଲ ଯାତ୍ରା ପରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପତାକା ଉତ୍ତୋଳନ କରିବା ପରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସ୍ଥପତି ରବି ନାରାୟଣ ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ରଘୁନାଥ ଓ ସୀତାଦେବୀଙ୍କର ଆବକ୍ଷ ପ୍ରତିକୃତିକୁ କେନ୍ଦ୍ରାପଡ଼ା ସାଂସଦ ଉନ୍ମୋଚନ କରିବା ସହ ବୃକ୍ଷରୋପଣ ଓ ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର `କୃତିକା ` ଉନ୍ମୋଚନ କରାଯାଇଥିଲା। ସେହିପରି ଅପରାହ୍ନ ୪ ଘଟିକାର ଦ୍ଵିତୀୟ ଅଧିବେଶନରେ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ସଭାପତିତ୍ୱ ଓ ସତ୍ୟନାରାୟଣ ଜେନାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି ଆର ଦାସ, ମୁଖ୍ୟଵକ୍ତା ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ,ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଡ଼ଃ ପ୍ରଶାନ୍ତ କୁମାର ରାଉତ, ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ସାମଲ ପ୍ରମୁଖ ତରାସ ହାଇସ୍କୁଲ ଓ ୫୭ ବର୍ଷର ଶିକ୍ଷାଦାନ ଭିତ୍ତିରେ ବଦଳୁଥିବା ମାନବୀୟ ଆକର୍ଷଣ ବିକାଶ ପାଇଁ ଆହ୍ୱାନ ଦେଇଥିଲେ। ପୁରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ଏହି ତିନିଦିନିଆ ଉତ୍ସବରେ ପୂର୍ବତନ ଶିକ୍ଷକ ନନ୍ଦକିଶୋର ପରିଜା, ଶଙ୍କର୍ଷଣ ସାମଲ, କାଳୀ ପ୍ରସାଦ ନାୟକ, ସ୍ୱର୍ଗତ ବନମାଳୀ ପଣ୍ଡା, କର୍ମଚାରୀ ସ୍ୱର୍ଗତ ଜଗନ୍ନାଥ ଦଳାଇ, ଭାଗିରଥୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ସଭାପତି ବିଜୟ କୁମାର ନାୟକ, ସମ୍ପାଦକ ସର୍ବେଶ୍ୱର ସାମଲଙ୍କ ନେତୃତ୍ୱରେ ୫୬ ବର୍ଷର ପୁରାତନ ଛାତ୍ର ଛାତ୍ରୀଙ୍କ ଗହଣରେ ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା