ରାଜକନିକା ଗସ୍ତରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: ଦିଲ୍ଲୀପ ପରିଡା, ରାଜକନିକାJune 12, 202620 views

ରାଜକନିକା,୧୨/୬(ସପ୍ର):ଶୁକ୍ରବାର ଦିନ ରାଜକନିକା ବ୍ଲକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା।ପ୍ରଥମେ ସାଂସଦ ରାଜକନିକାରେ ପହଁଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥଲେ।ପରେ କାଟଣା ବଣିଆ ପଞ୍ଚାୟତ ସ୍ଥିତ ବାବା କପିଳେଶ୍ୱର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ସ୍ଵଛତା କାର୍ଯ୍ୟକ୍ରମ ରେ ଯୋଗଦେଇ ଦଳୀୟ କର୍ମୀଙ୍କ ସହ ମିଶି ମନ୍ଦିର ଚତୃପାର୍ଶ୍ୱ ସଫେଇ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା।ପରେ ପରେ ତରାସ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ରବିନାରାୟଣ ଜେନା, ସୀତା ଦେବୀ ଓ ରଘୁ ନାଥଙ୍କ ପ୍ରତିମୂର୍ତ୍ତି ଉନ୍ମେଚନ କରିଥିଲେ।ଏଥି ସହିତ କୋଇଲିପୁର ଠାରେ ଏକ ପାର୍ଟି କାର୍ଯ୍ୟଳୟ ମଧ୍ୟ ଉଦଘାଟନ କରିଥିଲେ।ଏହି ଅବସରରେ ରାଜକନିକା ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିଵିଶେଷ,ଡାକ୍ତର, ବୁଣାକାର, ସଫଳଚାଷୀ,ଶିକ୍ଷାବିତ, ଶିଳ୍ପୀ, ଓ କୁଟୁର ଶିଳ୍ପ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ବ୍ୟକ୍ତିମାନଙ୍କ ଘରକୁ ଯାଇ ସାଂସାଦ ସମ୍ବର୍ଦ୍ଧିତ କରିଥିଲେ।ଏହାପରେ କୋଠସାହି ଠାରେ ଥିବା ଏକ ଘରେଇ ମଣ୍ଡପରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି,ଆଳି ନିର୍ବାଚନ ମଣ୍ଡଳୀର ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
