--:--:--
-- ---
Srishti News

ପିଇବା ପାଣି ମିଳୁନି ଲୋକ ହେଉଛନ୍ତି ଡହଳ ବିକଳ ସରକାରୀ ନଳକୂପ ରେ ଲାଗିଛି ମୋଟର

Sundargarh (ସୁନ୍ଦରଗଡ଼)ରିପୋର୍ଟ: ମୁକେଶ ମାହାତୋ, ବିଶ୍ରାJune 12, 202675 views
ପିଇବା ପାଣି ମିଳୁନି ଲୋକ ହେଉଛନ୍ତି ଡହଳ ବିକଳ ସରକାରୀ ନଳକୂପ ରେ ଲାଗିଛି ମୋଟର
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ବର୍ତ୍ତି ସୁନ୍ଦରଗଡ ଜିଲ୍ଲାର ବିଶ୍ରା ବ୍ଲକ୍ ଅନ୍ତର୍ଗତ ବିଶ୍ରା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦୁଇଟି ନଳକୂପ ଯାହାର ଭିଜୁଆଲ ଆପଣ ମାନଙ୍କୁ ଦେଖାଉଛୁ ଯାହାର ଚଳନ୍ତା ଉଦାହରଣ ହେଉଛି ବିଶ୍ରା ସାପ୍ତାହିକ ବଜାର ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ର ଆଗରେ କୁନି କୁନି ଛୋଟ ପିଲାଙ୍କ ପାଇଁ ପିଇବା ର ବ୍ୟବସ୍ଥା ଥିବା ବେଳେ ଉକ୍ତ ନଳକୂପରୁ ଅଙ୍ଗନୱାଡି ଆଗରେ ଥିବା ଜୈନିକ ବ୍ୟକ୍ତି ନିଜ ଇଛାରେ ବିନା ଅନୁମତିରେ ନିଜ ଘରକୁ ଉକ୍ତ ନଳକୂପରେ ମୋଟର ଲଗାଇ ପାଣି ନେଉଥିବାରୁ ଛୋଟ ଛୋଟ କୁନି ପିଲା ମାନେ ପାଣି ପିଇବା ପାଇଁ ବଞ୍ଚିତ ହେଉଛନ୍ତି, ସେହିପରି ବିଶ୍ରା ଜାତୀୟ ରାଜପଥ ମୁଖ୍ୟ ରାସ୍ତା ବସ ଷ୍ଟାଣ୍ଡ ନିକଟରେ ଥିବା ନଳକୂପରୁ ଯାତ୍ରୀ ମାନେ ପାଣି ପିଉଥିବା ବେଳେ ଉକ୍ତ ନଳକୂପରେ ଜୈନିକ ବ୍ୟକ୍ତି ମୋଟର ଲଗାଇ ନିଜ ଘରକୁ ପାଣି ଶୋସୁଥିବା ବେଳେ ପିଇବା ପାଇଁ ରାସ୍ତାରେ ଯାଉଥିବା ଲୋକ ଓ ଯାତ୍ରୀ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେହିପରି ଏନ୍ ଏଚ୍ ମୁଖ୍ୟ ରାସ୍ତାରେ ରତାଖଣ୍ଡି ଆମ୍ବଗଛ ଛକରେ ଥିବା ନଳକୂପକୁ ବିଭାଗୀୟ ଅଧିକାରୀ ମାନେ ରାଷ୍ଟ୍ରୀୟ ରାଜପଥ କଡରେ ଖନନ ନ କରି ଉକ୍ତ ବସ୍ତିରେ ଜୈନିକ ବ୍ୟକ୍ତିଙ୍କ ଘରେ ନଳକୂପ ଖନନ କରିଥିବାରୁ ଉକ୍ତ ବ୍ୟକ୍ତି ନଳକୂପରେ ମୋଟର ଲଗାଇ ନିଜ ଘରକୁ ପାଣି ନେଉଥିବା ବେଳେ ରାସ୍ତା କଡରେ ନଳକୂପ ନଥିବାରୁ ବାଟୋଇ ମାନେ ପାଣି ପିଇବା ପାଇଁ ହଇରାଣ ହରକତ ହେଉଛନ୍ତି, ଏ ବିଷୟରେ ସ୍ଥାନୀୟ ସରପଞ୍ଚ ମାନଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସରପଞ୍ଚ ମାନେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନୀରବ ରହୁଥିବାରୁ ସାଧାରଣରେ ସରପଞ୍ଚ ଙ୍କ ଭୂମିକା କୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ପ୍ରସାଶନ ଏ ବିଷୟରେ ଜାଣି ସୁଦ୍ଧା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ରହୁଥିବା କେତେ ଦୂର୍ ଯଥାର୍ଥ, ସାଧାରଣ ରେ ଅଭିଯୋଗ ହେଉଛି। ଗତକାଲି ବିଶ୍ରା ସରପଞ୍ଚ ଶ୍ରୀ ସୂରଜ ନାୟକ ଥାନାରେ ହେଉଥିବା ଆଇନ୍ ଶୃଙ୍ଖଳା ସମୀକ୍ଷା ବୈଠକରେ ଉପସ୍ଥିତ ଏସପି, ଡିଆଇଜି, କୁ କୋଏଲ ନଦୀ ରୁ ପାଇପ୍ ଯୋଗେ ବିଶ୍ରା ସହରକୁ ଆସୁଥିବା ପାଣି ଚୋରି ହେଉଥିବା ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସରକାରୀ ନଳକୂପ ରୁ ମୋଟର ଲଗାଇ ପାଣି ଚୋରି କରୁଥିବା ବିଷୟ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣା ପଡିଛି।ଦେଖାଯାଉ ସରପଞ୍ଚ ଙ୍କ ଅଭିଯୋଗ ଓ ବରିଷ୍ଠ ଅଧିକାରୀ ଙ୍କ ପ୍ରତିଶ୍ରୁତି କେବେ କାମ କରୁଛି ତାହା ହିଁ ସମୟ କହିବ।