ଜାତୀୟ ଗ୍ରାମୀଣ ଉଦ୍ୟାନ ଉନ୍ନତିକରଣ ପାଇଁ ଦାବି ବଣାଇ
Rourkela (ରାଉରକେଲା)ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ସ୍ୱତନ୍ତ୍ର ପ୍ରତିନିଧି, ବଣେଇ ଉପଖଣ୍ଡJune 12, 202642 views

ବଣାଇ ବ୍ଲକ୍ ଅନ୍ତର୍ଗତ ରୁଗୁଡ଼ା ପଞ୍ଚାୟତ ଶିହିଡିଆ ଗ୍ରାମ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ପଶୁପତି ନାଥ ମନ୍ଦିର ରାସ୍ତା ରେ ଏକ ଜାତୀୟ ଗ୍ରାମୀଣ ଉଦ୍ୟାନ ରହିଅଛି । ଏହି ଉଦ୍ୟାନ ଟି ଗ୍ରାମବାସୀ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବେଳେ ଏହି ଉଦ୍ୟାନ ନିକଟରେ ରହିଛି ଏକ ବିରାଟ ଜଳାଶୟ, ଘଞ୍ଚ ଜଙ୍ଗଲ,ଓ ଚ୍ୟାକଡେମ୍
ପ୍ରତ୍ୟେକ ବର୍ଷ ଶୀତ ଦିନ ରେ ଅନେକ ପର୍ଯ୍ୟଟକ ଓ ଭକ୍ତ ମାନେ ଏହି ଠାକୁ ଆସି ପଶୂପତି ନାଥ ମନ୍ଦିର ରେ ଦର୍ଶନ କରି ଏହି ଉଦ୍ୟାନ ରେ ବଣ ଭୋଜି କରି ପ୍ରାକୃତିକ ପରିବେଶ କୁ ଉପଭୋଗ କରନ୍ତି। ଏଠାରେ ସୁବିଧାରେ ଭୋଜି କରିବା ପାଇଁ ଗ୍ରାମବାସୀ ଙ୍କ ଦ୍ଵାରା ଭୂତଳ ପାନୀୟ ଜଳ , ପିଣ୍ଡି ଓ ଜାଳେଣି କାଠ ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଏହି ଅଞ୍ଚଳ ବସି ଦାବି କରି ଆସୁଛନ୍ତି ଯେ ଏହାର ଉନ୍ନତି ପାଇଁ ସରକାର ପଦକ୍ଷେପ ନେଲେ ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଆସି ପ୍ରାକୃତିକ ପରିବେଶ କୁ ଉପଭୋଗ କରିପାରବେ।
