ଓଡିଶା ଯୁବ ଉଦ୍ୟୋଗୀ ସଙ୍ଘର (OYEA) ପ୍ରତିଷ୍ଠା ଦିବସ ପାଳନ, ସଂକଳ୍ପ ଓଡିଶା-୨୦୨୬ ର ରୂପରେଖ ଉନ୍ମୋଚିତ
Bhubaneswar (ଭୁବନେଶ୍ୱର)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱରJune 11, 2026158 views

ଭୁବନେଶ୍ୱର: ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ (OYEA), ଖୋର୍ଦ୍ଧା ଚାପ୍ଟର ର ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱର ସ୍ଥିତ ଗୀତା ଗୋବିନ୍ଦ ସଦନରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି l ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ର ବରିଷ୍ଠ ଅଧିକାରୀ, ଉଦ୍ୟୋଗୀ, ଶିଳ୍ପପତି, MSME ପ୍ରତିନିଧି ଏବଂ ଅନ୍ୟ ବିଭିନ୍ନ କ୍ଷେତ୍ରର ଅତିଥି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
ମୁଖ୍ୟଅତିଥି ଭାବେ ରାଜ୍ୟମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ MSME Development & Facilitation Office (MSME-DFO), ଭାରତ ସରକାରଙ୍କ ନିର୍ଦେଶକ ଓ Head of Office ପି. କେ. ଗୁପ୍ତା, KVIC ର ରାଜ୍ୟ ନିର୍ଦେଶକ ସୁବାଷ ଛେତ୍ରୀ, NSIC ଭୁବନେଶ୍ୱର ର Chief General Manager ମନୋଜ ମୋହନ ସିନ୍ହା ଏବଂ DIC ଭୁବନେଶ୍ୱର ର General Manager ସମୁଚିତା ମଲ୍ଲିକ ଯୋଗଦେଇ MSME କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସରକାରୀ ଯୋଜନା ଏବଂ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ l
କାର୍ଯ୍ୟକ୍ରମରେ MSME-DFO ପକ୍ଷରୁ କ୍ଲଷ୍ଟର ଡେଭେଲପମେଣ୍ଟ ବିଷୟରେ ଏକ ସ୍ୱତନ୍ତ୍ର ସେମିନାର ର ଆୟୋଜନ କରାଯାଇ ଥିଲା l
ଏହି ଅବସରରେ ସଂକଳ୍ପ ଓଡିଶା-୨୦୨୬ ର ଘୋଷଣା କରାଯାଇ ଥିଲା l ଏହି ଅବସରରେ ଜାତୀୟ ସ୍ତରୀୟ ବାଣିଜ୍ୟ ମେଳା ଏବଂ ଶିଳ୍ପ ପ୍ରଦର୍ଶନୀ କରାଯିବାର କାର୍ଯ୍ୟକ୍ରମ ଥିବା କୁହାଯାଇ ଥିଲା l ଆସନ୍ତା ୨୬ ଅଗଷ୍ଟ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ୱର IDCO Exhibition Ground ରେ ଏକ ପାଞ୍ଚ ଦିନିଆ ଜାତୀୟ ବାଣିଜ୍ୟ ମେଳା ଆୟୋଜନ କରିବାର ପ୍ରସ୍ତାବ ରହିଛି l
ମେଳରେ Buyer-Seller Meet, B2B Networking Session, Vendor Development Programme, Startup Pavilion, Women Entrepreneur Pavilion, One District One Product ପ୍ରଦର୍ଶନୀ, GI Tagged Products ପ୍ରଦର୍ଶନୀ, Export Promotion Workshop ଏବଂ Digital Marketing Session ଓ MSME ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।
