ଏସଆଇଆର-୨୦୨୬ ଅଭିଯାନ: ୮୫ ବର୍ଷରୁ ଅଧିକ ବରିଷ୍ଠ ଭୋଟରଙ୍କ ଘରେ ପହଞ୍ଚିଲା ପ୍ରଶାସନ
Malkangiri (ମାଲକାନଗିରି)ବ୍ୟୁରୋ ରିପୋର୍ଟ, ପଲିଟିକାଲ ଖଟିJune 3, 2026196 views

ମାଲକାନଗିରି, ସ୍ୱତନ୍ତ୍ର ସଘନ ସଂଶୋଧନ (SIR-2026) ଅଭିଯାନ ଅନ୍ତର୍ଗତ ମାଲକାନଗିରି ଜିଲ୍ଲା ପ୍ରଶାସନ ୮୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ଭୋଟରମାନଙ୍କ ଘରେ ପହଞ୍ଚି ନିର୍ବାଚନୀ ପରିଗଣନା ଫର୍ମ ବିତରଣ କରିଛି। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବୁଥ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ବରିଷ୍ଠ ନାଗରିକଙ୍କୁ ଏହି ସେବା ଯୋଗାଇଥିଲେ।
ମାଥିଲି ବ୍ଲକର ଅଟଲଗୁଡା ଗ୍ରାମରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ବଣ୍ଟନ କରାଯାଇଥିଲା।
ବୟସାଧିକ୍ୟ କାରଣରୁ ମତଦାନ କେନ୍ଦ୍ରକୁ ଆସିବାରେ ଅସୁବିଧା ଭୋଗୁଥିବା ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରିଛି ଯେ, ନିଜ ଅଞ୍ଚଳର କୌଣସି ବରିଷ୍ଠ କିମ୍ବା ଭିନ୍ନକ୍ଷମ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସ୍ଥାନୀୟ ବିଏଲଓଙ୍କ ସହ ଯୋଗାଯୋଗ କରନ୍ତୁ।
